କୁମ୍ଭ ମେଳାରେ ପୁଣି ନିଆଁ, ଅଳ୍ପକେ ବର୍ତ୍ତିଲେ ବିହାର ରାଜ୍ୟପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

କୁମ୍ଭ ମେଳାରେ ପୁଣି ନିଆଁ, ଅଳ୍ପକେ ବର୍ତ୍ତିଲେ ବିହାର ରାଜ୍ୟପାଳ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ଆଧ୍ୟାତ୍ମିକ ମହାକୁମ୍ଭ କୁମ୍ଭ ମେଳାରେ ବାରମ୍ୱାର ଅଗ୍ନିକାଣ୍ଡ ଘଟିବା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଗତକାଲି ବିଳମ୍ୱିତ ରାତିରେ ବିହାର ରାଜ୍ୟପାଳ ଲାଲାଜୀ ଟଣ୍ଡନ୍‌ ରହୁଥିବା କ୍ୟାମ୍ପରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗି କ୍ୟାମ୍ପଟି ସଂପୂର୍ଣ୍ଣ ଜଳିଯାଇଥିବା ଜଣାଯାଇଛି।

ଆଉ ଉଲ୍ଲେଖନୀୟ କଥା ହେଉଛି, ଯେଉଁ ସମୟରେ କ୍ୟାମ୍ପରେ ନିଆଁ ଲାଗିଥିଲା ଏହି ସମୟରେ ଲାଲାଜୀ ସେଠାରେ ଶୋଇ ଥିଲେ। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି, କିନ୍ତୁ ତାଙ୍କର ମୋବାଇଲ, ଚଷମା, ଘଣ୍ଟା ଓ ଅନ୍ୟ ସାମଗ୍ରୀ ପୋଡ଼ିନଷ୍ଟ ହୋଇଯାଇଛି। ତେବେ ଏଭଳି ଅଘଟଣ ପରେ ଲାଲଜୀଙ୍କୁ କୁମ୍ଭ ମେଳାର ସର୍କିଟ୍‌ ହାଉସ୍‌କୁ ସ୍ଥାନାନ୍ତର କରି ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ୱିତ ରାତି ପ୍ରାୟ ସାଢେ ଗୋଟାଏରେ କ୍ୟାମ୍ପରେ ନିଆଁ ଲାଗି ଯାଇଥିଲା। ଏହାପରେ ରାଜ୍ୟପାଳଙ୍କୁ ପ୍ରାୟ ସାଢ଼େ ୩ଟା ବେଳେ ସର୍କିଟ୍‌ ହାଉସ୍‌କୁ ସିଫ୍ଟ କରି ଦିଆଯାଇଥିଲା। ଶର୍ଟ ସର୍କିଟ୍‌ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

କିଛି ଦିନ ପୂର୍ବରୁ କୁମ୍ଭମେଳାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରହିଥିବା ଶିବିରରେ ନିଆଁ ଲାଗିବାରୁ ପ୍ରାୟ ଦୁଇଟି ଟେଣ୍ଟ ଜଳି ଯାଇଥିଲା। ହେଲେ ଏଥିରେ କେହି ଆହତ ହୋଇ ନଥିଲେ। ଏହାସହିତ ଜାନୁଆରୀ ୧୫ରେ ଆରମ୍ଭ ହୋଇଥିବା କୁମ୍ଭମେଳାର ଗୋଟିଏ ଦିନ ପୂର୍ବରୁ ଦିଗ୍‌ବର୍‌ ଆଖଡ଼େ ଟେଣ୍ଟରେ ନିଆଁ ଲାଗି ଯାଇଥିଲା।



from Odisha Reporter http://bit.ly/2SQ88Xe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages