ପୁଣି ହଜାରେ କୋଟି ଋଣ ଉଠାଇବେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ପୁଣି ହଜାରେ କୋଟି ଋଣ ଉଠାଇବେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ପୁଣିଥରେ ହଜାରେ କୋଟି ଟଙ୍କାର ଋଣ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ନିଜର ଷ୍ଟକ୍ ବିକ୍ରି କରି ଏହି ଋଣ ସଂଗ୍ରହ କରିବେ। ୪ବର୍ଷ ପାଇଁ ଏହି ଋଣ ଆଣିବେ, ଯାହାକୁ ୨୦୨୩ ଫେବୃଆରୀ ୨୭ତାରିଖ ସୁଦ୍ଧା ପରିଶୋଧ କରାଯିବ।

ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ରାଜ୍ୟ ସରକାର ନିଜର ଷ୍ଟକ୍ ବିକ୍ରି କରିବେ ଓ ଆଜି ଏଥିପାଇଁ ବିଡିଂ ପ୍ରକ୍ରିୟା ଶେଷ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ,୨୦୧୮-୧୯ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ଋଣ ବୋଝ ୯୧,୯୪୩ କୋଟି ଟଙ୍କା ହେବ ବୋଲି ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷର ବଜେଟରେ ଆକଳନ କରିଛନ୍ତି।



from Odisha Reporter https://ift.tt/2ICaHbJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages