ପେଟ ଯନ୍ତ୍ରଣା ହେଉଛି କି ? ହୋଇପାରେ ‘ଲିଭର୍‌ ସିରୋସିସ୍’ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ପେଟ ଯନ୍ତ୍ରଣା ହେଉଛି କି ? ହୋଇପାରେ ‘ଲିଭର୍‌ ସିରୋସିସ୍’ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଲିଭର। ଜଣେ ବ୍ୟକ୍ତିର ଲିଭର ଓଜନ ୨.୫ ପାଉଣ୍ଡରୁ ନେଇ ୩ ପାଉଣ୍ଡ ପର୍ଯ୍ୟନ୍ତ ହୋଇଥାଏ। ଲିଭର ରକ୍ତରେ ସର୍କରା ନିୟନ୍ତ୍ରଣ, ବିଷାକ୍ତ ପଦାର୍ଥକୁ ବାହାର କରିବା, ହର୍ମୋନ ତିଆରି କରିବା, ପ୍ରୋଟିନ୍‌ ପୋଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ଭଳି କାର୍ଯ୍ୟ କରିଥାଏ। ଶାରୀରରେ ପ୍ରାୟ ୫୦୦ ପ୍ରକାର କାର୍ଯ୍ୟ କରୁଥିବା ଲିଭର ଖରାପ ହେଲେ ଲିଭର୍‌ ସିରୋସିସ୍ (liver cirrhosis) ରୋଗ ହୁଏ। ଏମିତିକି ହେପାଟାଇଟିସ୍, ଫ୍ୟାଟି ଲିଭର୍‌, ଲିଭର୍‌ ଫେଲ୍ୟୁର, ଲିଭର୍‌ କ୍ୟାନ୍‌ସର ଆଦି ରୋଗ ହୋଇପାରେ।

ମଣିଷର ଯକୃତ ଜନିତ ମାରାତ୍ମକ ରୋଗ ଭାବେ ଲିଭର ସିରୋସିସ୍ ପରିଚିତ। ଏହି ରୋଗ ହେଲେ ପ୍ରାଥମିକ ସ୍ତରରେ ରୋଗୀକୁ ଯନ୍ତ୍ରଣା ହୁଏନାହିଁ । ହେଲେ ପରବର୍ତ୍ତୀ ସମୟରେ ଏହା ପ୍ରାଣ ଘାତକ ହୋଇପାରେ। ଏଥିରେ ରୋଗୀର ଯକୃତ ପ୍ରାୟ ୯୦ ପ୍ରତିଶତ କ୍ଷତିଗ୍ରସ୍ତ ହେବା ପରେ ଯନ୍ତ୍ରଣା ଜଣାପଡ଼ିଥାଏ।

ଲକ୍ଷଣ- ଏହି ରୋଗର ପ୍ରାଥମିକ ଲକ୍ଷଣ ହେଉଛି ରୋଗୀର ପାଚନ ଶକ୍ତି କମିଯିବା ଦ୍ଵାରା ଭୋକ କମ୍ ଲାଗିବା, ଦୁର୍ବଳ ଲାଗିବା, ଓଜନ କମିଯିବା, ଶରୀର କୂଣ୍ଡେଇ ହେବା ସହ ବିଭିନ୍ନ ଅସ୍ଵସ୍ତିକର ଯନ୍ତ୍ରଣା ଅନୁଭବ ହେବା। ସେହିପରି ଆଉ କିଛି ରୋଗୀଙ୍କ ମଧ୍ୟରେ ନିଶ୍ଵାସ ପ୍ରଶ୍ଵାସ ନେବାରେ ଯନ୍ତ୍ରଣା ହେଉଥିବା ଦେଖିବାକୁ ମିଳେ ।

କାରଣ-  ସିରୋସିସ୍‌ର ମୁଖ୍ୟ କାରଣ ହେଉଛି ହେପାଟାଇଟିସ୍ ବି ଓ ସି ଭୂତାଣୁ ସଂକ୍ରମଣ, ନିଶାଦ୍ରବ୍ୟ ସେବନ, ମଦ୍ୟପାନ, ଧୂମପାନ ଇତ୍ୟାଦି। ଏହା ବ୍ୟତୀତ କେତେକ କ୍ଷେତ୍ରରେ ଯକୃତରେ ଜମି ଯାଇଥିବା ଚର୍ବି ଓ ଡାଇବେଟିସ୍ କାରଣରୁ ମଧ୍ୟ ସିରୋସିସ୍ ହୋଇପାରେ। ଫାଷ୍ଟଫୁଡ଼, ବାସି ଖାଦ୍ୟ, ଥଣ୍ଡାଖାଦ୍ୟ ଓ ଆବଶ୍ୟକ ଖାଦ୍ୟଠାରୁ ପ୍ରଚୁର ଓ ଅନିୟମିତ ଖାଦ୍ୟ ମଧ୍ୟ ଏହାର ଅନ୍ୟତମ କାରଣ ଭାବେ ଜଣାଶୁଣା।

କେଁଉ ସବୁ ଦିଗରେ ଧ୍ୟାନ ଦେବା ଉଚିତ୍?

ସିରୋସିସ୍‌ ରୋଗୀଙ୍କୁ ସର୍ବପ୍ରଥମେ ସେମାନଙ୍କ ଶରୀରକୁ ଆବଶ୍ୟକ ଖାଦ୍ୟସାର, ପୁଷ୍ଟିକର ଶକ୍ତି ପାଇଁ ଦୃଷ୍ଟିଦେବାକୁ ହେବ। କାରଣ ଏହି ରୋଗୀଙ୍କୁ ଭୋକ ବେଶି ଭୋକ ଲାଗି ନ ଥାଏ। ଫଳରେ ସେମାନଙ୍କର ପାଚନ ଶକ୍ତି ପ୍ରଭାବିତ ହୋଇ ଯକୃତକୁ ସଂକ୍ରମଣ କରିବାର ସମ୍ଭାବନା ରହିଥାଏ। ସିରୋସିସ୍ ଯନ୍ତ୍ରଣା ଅନୁଭବ କରୁଥିବା ରୋଗୀମାନେ ଯଥେଷ୍ଟ ପରିମାଣର ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ।

ଅଧିକ ରାଗ, ତେଲ ମସଲା, ଅଧିକ ଲୁଣ ଓ ପ୍ରଚୁର ମିଠା ଆଦି ଠାରୁ ଦୂରେଇ ରଖିବା ଆବଶ୍ୟକ। ରୋଗୀର ନିତିଦିନିଆ ଖାଦ୍ୟ ତାଲିକାରେ ତଟକା ପନିପରିବା, ପଇଡ଼ ପାଣି, ଫଳ, ଶାଗ ସାମିଲ କରନ୍ତୁ। ସବୁଜ ପନିପରିବା ଓ ତଟକା ଫଳରେ ଭିଟାମିନ, ଆଣ୍ଟିଅକ୍ସିଡାଣ୍ଟ, ଜିଙ୍କ ଆଦି ପ୍ରଚୁର ପରିମାଣରେ ରହିଥିବାରୁ ରୋଗୀ ସ୍ଵାଭାବିକ ଭାବେ କାମ କରିବାକୁ ଶକ୍ତି ପାଇଥାଏ। ଏହି ରୋଗୀଙ୍କୁ ଭାରୀ କାମ ଠାରୁ ଯଥା ସମ୍ଭବ ଦୂରେଇ ରଖିବା ଭଲ। ରୋଗୀର ପାକସ୍ଥଳୀରେ ପ୍ରଚୁର ପରିମାଣର ପାଣି ଜମି ନ ରହିବା ପାଇଁ ଲିଭର ବିଶେଷଜ୍ଞଙ୍କ ପରାମର୍ଶ ନେଇ ସତର୍କ ରହିବା ଉଚିତ୍‌।

ଚିକିତ୍ସା- ଏଣ୍ଡୋସ୍କୋପି, ଅଲଟ୍ରାସୋନୋଗ୍ରାଫି ଓ ଫାଇବ୍ରୋସ୍କାନ ଆଦି ମାଧ୍ୟମରେ ସିରୋସିସ୍ କେତେଦୂର ଶରୀର ଭିତରକୁ ଯାଇଛି ତାହା ଜଣାପଡ଼ିଥାଏ।  ପ୍ରାଥମିକ ସ୍ତରରେ ଲିଭର ବିଶେଷଜ୍ଞଙ୍କ ପରାମର୍ଶ ନେଇ ସିରୋସିସର ଲକ୍ଷଣକୁ ଦେଖି ଚିକିତ୍ସା କଲେ ରୋଗରୁ ଉପଶମ ମିଳିଥାଏ। କେତେକ କ୍ଷେତ୍ରରେ ରୋଗୀର ପେଟ ନିୟମିତ ଭାବେ ପରିଷ୍କାର ରହିବା ପାଇଁ ସିରପ୍ ଦିଆଯାଇଥାଏ। ଶରୀରରେ ରକ୍ତ ଜମାଟ ବାନ୍ଧିବାର ଉପାଦାନ ଯଦି ଯକୃତ ତିଆରି କରିପାରେ ନାହିଁ ତେବେ ରୋଗୀକୁ ଭିଟାମିନ ଇଞ୍ଜେକସନ ଦିଆଯାଇଥାଏ। ଲିଭର ଯଦି ଆଦୌ କାମ କରୁ ନଥାଏ ତେବେ ବୃକକ ଡାୟାଲିସିସ୍ ଭଳି ଲିଭର ଡାୟାଲିସିସ୍ ମଧ୍ୟ କରାଯାଏ।



from Odisha Reporter http://bit.ly/2MXWggD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages