
ନୂଆଦିଲ୍ଲୀ: ସୋଶାଲ୍ ମିଡିଆରେ ଏକ ଫଟୋ ଭାଇରାଲ୍ ହେଉଛି। ଯେଉଁଥିରେ ଏକ ଟିଭି ଏଣ୍ଟିନାରେ ଏକ ବଡ଼ ଅଜଗର ଝୁଲୁଥିବା ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ ସାପଟି ଆଣ୍ଟିନାରେ ଝୁଲି ଏକ ପକ୍ଷୀ ବି ଶିକାର କରୁଛି।
ଗତ ବୁଧୁବାର ସକାଳେ ଅଷ୍ଟ୍ରେଲିଆର କିଙ୍ଗସକ୍ଲିଫ୍ରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା। କୌଥି ନାମକ ଜଣେ ମହିଳା ତାଙ୍କ ଘର ଛାତ ଉପରେ ଏମିତି ଏକ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇଯାଇଥିଲେ। ପରେ ସେ ଏହାର ଭିଡିଓ ଶୁଟ୍ କରି ଫେସ୍ବୁକ୍ରେ ଶେଆର କରିବା ପରେ ଏବେ ଏହା ଭାଇରାଲ୍ ହେଉଛି।
ସମ୍ପୃକ୍ତ ମହିଳାଙ୍କ କହିବା ଅନୁଯାୟୀ, ସେ ଯେତେବେଳେ ଛାତ ଉପରକୁ ଗଲେ, ସେଠାରେ ଟିଭି ଏଣ୍ଟିନାରେ ଏକ ଅଜଗର ଝୁଲୁଥିବା ଦେଖିବାକୁ ପାଇଥିଲେ। ସାପଟି ଗୋଟିଏ ପକ୍ଷୀକୁ ଶିକାର କରୁଥିବା ଦେଖିବାକୁ ମିଳିଥିଲା । ଏହି ପକ୍ଷୀଟିକୁ ନିଜ କାବୁକୁ ଆଣି ତାକୁ ଗିଳିବାକୁ ଅଜଗରକୁ ଅଢ଼େଇ ଘଣ୍ଟା ସମୟ ଲାଗିଥିଲା।
from Odisha Reporter https://ift.tt/2IKfrvI
No comments:
Post a Comment