
ନୂଆଦିଲ୍ଲୀ/ଜୟପୁର: ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୫% ଆରକ୍ଷଣ ଦାବିରେ ଆନ୍ଦୋଳନରତ ଗୁଜ୍ଜର ଜାତିର ବିକ୍ଷୋଭକାରୀଙ୍କ ଉପରେ ରାଜସ୍ଥାନ ପୁଲିସ ଗୁଳିଚାଳନା କରିଥିବା ଜଣାଯାଇଛି। ସେମାନେ ଢୋଲପୁରରୁ ଗ୍ୱାଲିଅର ଜାତୀୟ ରାଜପଥ ଅବରୋଧ କରିବା ସମୟରେ ସେମାନଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍ ଏଭଳି ପ୍ରୟାସ କରିଥିବା ଜଣାଯାଇଛି।
ଆଜି ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିବାବେଳେ ଢୋଲପୁରଠାରେ ଏହି ଘଟଣା ଘଟିଛି। ସେମାନେ ଜାତୀୟ ରାଜପଥ ୩ ଅବରୋଧ କରିବାକୁ ଆସୁଥିବାବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ପୁଲିସ୍ ଏହା ପରେ ଗୁଳିଚାଳନା କରିଥିଲା। ଯଦିଓ ଏଥିରେ କେହି ମୃତାହତ ହୋଇନାହାନ୍ତି, ତଥାପି ଏହାର ପ୍ରତିବାଦରେ ଲୋକେ ୨ଟି ପୁଲିସ୍ ଗାଡ଼ି ଜାଳିଦେଇଛନ୍ତି।
ଶୁକ୍ରବାର ଗୁଜ୍ଜର ନେତା କର୍ଣ୍ଣେଲ କିରୋଡ଼ି ସିଂହ ବୈଂସଲା ତାଙ୍କ ସମର୍ଥକଙ୍କ ସହିତ ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲାର ରେଲ୍ୱେ ଟ୍ରାକ୍ ଉପରେ ଧାରଣା ଦେବା ପରଠାରୁ ଏହି ଆନ୍ଦୋଳନ ଚାଲୁ ରହିଛି। ଗତ ୨୦ ଦିନ ହେଲା ସେମାନେ ସରକାରଙ୍କ ସହିତ ଆଲୋଚନା କରିବା ପାଇଁ ଅପେକ୍ଷା କରିଛନ୍ତି ବୋଲି ବିଜୟ ବୈଂସଲା ନାମକ ଅନ୍ୟ ଜଣେ ଗୁଜ୍ଜର ନେତା କହିଛନ୍ତି। ଏପରିକି ବିକ୍ଷୋଭକାରୀମାନେ ଜୟପୁର-ଦିଲ୍ଲୀ, ଯୋଧପୁର-ଭିଲ୍ୱାଡ଼ା ଏବଂ ଆଜ୍ମେର-ଭିଲ୍ୱାଡ଼ା ରାଜପଥ ବନ୍ଦ କରିଥିବା ସେ ସୂଚନା ଦେଇଛନ୍ତି।
from Odisha Reporter http://bit.ly/2TFKSIH
No comments:
Post a Comment