
ବିନିକା(ଦିଲୀପ କୁମାର ସାହୁ):ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ଗୁଲୁଣ୍ଡା ଛକଠାରେ ଚୋରା ଚାଲାଣ ହେଉଥିବା ସାର ବୋଝେଇ ଗାଡ଼ିକୁ ଜବତ କରାଯାଇଛି। ସ୍ଥାନୀୟ ଲୋକ ଗୋଟିଏ ଟ୍ରକ୍, ୪୦୭ ଗାଡ଼ି ଓ ଗୋଟିଏ ଟ୍ରାକ୍ଟର ଜବତ କରି ପୁଲିସ୍ ଜିମାରେ ଦେଇଛନ୍ତି। ଏହି ତିନୋଟି ଗାଡ଼ିରେ ୬୦୦ ପ୍ୟାକେଟ୍ ଇଫକୋ ସାର ଥିବା ଜଣାପଡ଼ିଛି।
ଜବତ ହୋଇଥିବା ଗାଡ଼ିରେ ନମ୍ବର ନ ଥିବା ବେଳେ ଗାଡ଼ିରେ କୌଣସି କାଗଜ ପତ୍ର ନଥିବା ଜଣାପଡ଼ିଛି। ଏତେ ପରିମାଣରେ ସାର କେଉଁ ସ୍ଥାନରୁ ଆସୁଥିଲା ଏବଂ କାହା ପାଖକୁ ଯାଉଥିଲା ଜଣାପଡ଼ି ନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।
ଗୋଟିଏ ପକ୍ଷରେ ଚାଷୀମାନେ ଚାଷ କରିବା ପାଇଁ ସାର ପାଇବାରେ ବଞ୍ଚିତ ହେଉଛନ୍ତି। ସେମାନେ ବାଧ୍ୟ ହୋଇ ଚଢାଦରରେ ସାର କିଣୁଛନ୍ତି। ଅନ୍ୟପକ୍ଷରେ କିନ୍ତୁ ବେଧଡକ ଭାବେ ସାର କଳାବଜାରୀ କରାଯାଉଛି।
from Odisha Reporter http://bit.ly/2Sn9lWO
No comments:
Post a Comment