ମୋଦିଙ୍କ ହୁଙ୍କାରରେ ଇମ୍ରାନ୍‌ ଛାନିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 24, 2019

ମୋଦିଙ୍କ ହୁଙ୍କାରରେ ଇମ୍ରାନ୍‌ ଛାନିଆ

pakistan

ଇସଲାମାବାଦ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ବିଶ୍ୱସ୍ତରରେ ଆକ୍ରୋଶ ଦେଖିବାକୁ ମିଳିଛି। ଏହାସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୁଙ୍କାର ପାକିସ୍ତାନ ମନରେ ଛାନିଆ ସୃଷ୍ଟି କରିଛି। ବିଶ୍ୱସ୍ତରରେ ଏକ ଘରିକିଆ କରିବାକୁ ଭାରତ ଚଲାଇଥିବା ଯୋଜନା ପାକିସ୍ତାନକୁ ବେହାଲ କରିବାକୁ ଲାଗିଛି। ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବାକୁ ମୋଦି ଭାରତୀୟ ସେନାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେବାସହ ପ୍ରତିଶୋଧର ସମୟ ଓ ସ୍ଥାନ ସେନା ବାଛିବ ବୋଲି କହିଛନ୍ତି।

ଭାରତର ଏପରି ଦବ୍‌ଦବା ଓ ନରେନ୍ଦ୍ର ମୋଦିଙ୍କୁ ହୁଙ୍କାର କେବଳ ପାକିସ୍ତାନ ନାଗରିକ ନୁହଁନ୍ତି, ଖୋଦ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ମନରେ ଭୟ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି। କାରଣ ପୁଲୱାମା ଆକ୍ରମଣରେ ପାକିସ୍ତାନର ହାତ ନଥିବା କହୁଥିବା ଇମ୍ରାନ୍‌, ‘ଶାନ୍ତି ପାଇଁ ଗୋଟିଏ ସୁଯୋଗ’ ଦେବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି, “ଆମ ଉପରେ ବିଶ୍ୱାସ ରଖ, ନିଜ କଥା ଉପରେ ଅଟଳ ରହିବ। ଭାରତ ଯଦି ପାକିସ୍ତାନକୁ ପୁଲୱାମା ଆକ୍ରମଣ ପାଇଁ କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ସୂଚନା ଦେବ, ଏହା ଉପରେ ତତ୍‌କାଳୀନ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶାନ୍ତି ଫେରାଇ ଆଣିବାକୁ ଆମକୁ ଗୋଟିଏ ସୁଯୋଗ ଦିଆଯାଉ।”

ରାଜସ୍ଥାନରେ ଏକ ନଜ ସଭାରେ ମୋଦିଙ୍କ ଉଦ୍‌ବୋଧନ ପରେ ଇମରାନ୍‌ ଏପରି ମନ୍ତବ୍ୟ ଦେଇଛନ୍ତି। ଉକ୍ ସଭାରେ ମୋଦି କହିଥିଲେ, “ଆତଙ୍କବାଦ ବିରୋଧରେ ପୂରା ବିଶ୍ୱର ଗୋଟିଏ ମତ। ଆତଙ୍କବାଦ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କୁ ଦଣ୍ଡିତ କରିବା ଦିଗରେ ଆମେ ଦ୍ରୁତଗତିରେ ଆଗେଇ ଚାଲିଛୁ। ଏଥର ବରାବର ହିସାବ କରିବୁ।”

ସେ ଆହୁରି କହିଥିଲେ, “ଏ ହେଉଛି ବଦଳୁ ଥିବା ଭାରତ। ଏପରି ଆତଙ୍କୀ ଅକାମଣକୁ ବରଦାସ୍ତ କରିବ ନାହିଁ। ଆତଙ୍କବାଦକୁ କେମିତି ସମାପ୍ତ କରାଯିବ, ତାହା ଆମକୁ ଜଣାଅଛି।”



from Odisha Reporter https://ift.tt/2tBZzBq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages