ବୈଜୟନ୍ତଙ୍କ ହେଲିକପ୍ଟରକୁ କେନ୍ଦ୍ରାପଡ଼ା ମନା, ପଡ଼ିଶାଙ୍କଠାରୁ ଶିଖୁଛି କି ଓଡ଼ିଶା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ବୈଜୟନ୍ତଙ୍କ ହେଲିକପ୍ଟରକୁ କେନ୍ଦ୍ରାପଡ଼ା ମନା, ପଡ଼ିଶାଙ୍କଠାରୁ ଶିଖୁଛି କି ଓଡ଼ିଶା?

ଭୁବନେଶ୍ୱର (ଓଡ଼ିଶା): ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ କେନ୍ଦ୍ରାପଡ଼ାରେ ଅବତରଣ କରିବା ଉପରେ ରୋକ ଲଗାଇଛନ୍ତି ଓଡ଼ିଶା ସରକାର। ହେଲିକପ୍ଟର ଲ୍ୟାଣ୍ଡ କରିବାକୁ ଥିବା ଜମିର ମାଲିକ ନିଜେ ଏନେଇ ଅନୁମତି ଦେଇଥିବାର ପ୍ରମାଣ ସହିତ ଏକ ଟ୍ୱିଟ୍‌ କରିଛନ୍ତି ବୈଜୟନ୍ତ। ଏଥି ସହିତ ସେ ଅନ୍ୟ ଏକ ଚିଠି ମଧ୍ୟ ଏହି ଟ୍ୱିଟ୍‌ରେ ଯୋଡ଼ିଛନ୍ତି ଯେଉଁଥିରେ ପୁଲିସ୍‌ ପକ୍ଷରୁ ଲେଖା ଅଛି ସେହି ଜମିର ମାଲିକ ହେଲିକପ୍ଟର ଅବତରଣ ପାଇଁ ଅନୁମତି ଦେଇ ନାହାନ୍ତି। ଏହାର ପ୍ରତିକ୍ରିୟାରେ ବୈଜୟନ୍ତ ପ୍ରଶ୍ନ କରିଛନ୍ତି, ପଡ଼ିଶାଙ୍କଠାରୁ ଶିଖୁଛି କି ଓଡ଼ିଶା ?

ପୂର୍ବରୁ ମଧ୍ୟ ପୂର୍ବତନ ସାଂସଦ ବୈଜୟନ୍ତଙ୍କୁ ବିଭିନ୍ନ ଉପାୟରେ ହଇରାଣ କରାଯାଇଥିବାବେଳେ ତାଙ୍କ ହେଲିକପ୍ଟର ଉଡ଼ାଣ ଉପରେ ରୋକ୍‌ ଲଗାଇବାପାଇଁ ପ୍ରୟାସ କରାଯାଇସାରିଛି। ସେ କେନ୍ଦ୍ରାପଡ଼ାର ବତୀଘର ଯିବା ପୂର୍ବରୁ ହେଲିକପ୍ଟର ଅବତରଣ ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ଏହାର ଉତ୍ତରରେ ଏକ ନକରାତ୍ମକ ବାର୍ତ୍ତା ସହିତ ଚିଠି ଦେଇଛନ୍ତି।

ପ୍ରଶାସନର ଏପରି କାର୍ଯ୍ୟକଳାପ ପରେ ପ୍ରଶ୍ନ ଉଠୁଛି ପଶ୍ଚିମବଙ୍ଗ ସରକାରଙ୍କଠାରୁ ବୁଦ୍ଧି ଧାର ଆଣିଛନ୍ତି କି ଓଡ଼ିଶା ସରକାର। କାରଣ ଗତ କିଛି ଦିନ ଧରି ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର ବିଜେପିର କୌଣସି କାର୍ଯ୍ୟକ୍ରମକୁ ଅନୁମତି ଦେଉନଥିବାବେଳେ ବିଜେପି ଅଧ୍ୟକ୍ଷ ଅମିତ ଶାହ, ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ହେଲିକପ୍ଟରକୁ ଅବତରଣ ପାଇଁ ଅନୁମତି ଦିଆଯାଇନି। ସେହି କାରଣରୁ ଗତ କାଲି ଯୋଗୀ ଆଦିତ୍ୟନାଥ ଝାରଖଣ୍ଡରେ ଅବତରଣ କରି ପୁରୁଲିଆରେ ସମାବେଶରେ ସଡ଼କ ଯୋଗେ ପହଞ୍ଚିଥିଲେ।

ପୂର୍ବତନ ସାଂସଦ ବୈଜୟନ୍ତ ପୂର୍ବରୁ ମଧ୍ୟ ସ୍ପଷ୍ଟ କରି ସାରିଛନ୍ତି ତାଙ୍କୁ କୌଣସି ପ୍ରକାରେ କେହି ମଧ୍ୟ ତାଙ୍କ ନିର୍ବାଚନମଣ୍ଡଳୀ ଯିବାରୁ ରୋକିପାରିବେନି। ଆଜି ମଧ୍ୟ ସେ ଟ୍ୱିଟ୍‌ କରି କହିଛନ୍ତି ସେ ସଡ଼କ ଯୋଗେ ହିଁ କେନ୍ଦ୍ରାପଡ଼ାର ବତୀଘର ପହଞ୍ଚିବେ।

ଏହି ଟ୍ୱିଟ୍‌ରେ ସେ କହିଛନ୍ତି, “ମୋ କେନ୍ଦ୍ରାପଡ଼ାର ବତୀଘରରେ ମୋ ହେଲିକପ୍ଟର ଅବତରଣ କରିବା ଉପରେ ରୋକ ଲଗାଯାଇଛି। ଜମିର ମାଲିକଙ୍କ ଅନୁମତି ଥିବା ସତ୍ତ୍ୱେ ପୁଲିସ ଦେଇଥିବା ଚିଠିରେ ଏହାକୁ ଖଣ୍ଡନ କରିଛି। ଏହା ବିଜେଡିର ଧମକ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଏହା କାର୍ଯ୍ୟକାରୀ କରାଯାଇଛି। କିଛି କଥା ନାହିଁ, ମୁଁ ସଡ଼କରେ ଯିବି।”

ବତୀଘର ଗ୍ରାମପଞ୍ଚାୟତରେ ହେଲିକପ୍ଟର ଅବତରଣ କରିବାକୁ ଥିବା ବରକୁଳଖଳା ଗାଁର ଏହି ଜମିର ମାଲିକ ଐନୁଲ୍‌ ଖାନ୍‌ଙ୍କ ସ୍ୱାକ୍ଷର ସହିତ ଏକ ଚିଠି ବୈଜୟନ୍ତଙ୍କ ଟ୍ୱିଟ୍‌ ସହିତ ଯୋଡ଼ାଯାଇଛି। ଗତ ୨ ତାରିଖରେ ଦିଆଯାଇଥିବା ଏହି ଚିଠିରେ ସ୍ପଷ୍ଟ ଲେଖା ଅଛି ତାଙ୍କ ଜମିରେ ହେଲିକପ୍ଟର ଅବତରଣ କଲେ ତାଙ୍କର କିଛି ମଧ୍ୟ ସମସ୍ୟା ନାହିଁ।

କିନ୍ତୁ ଏହାର ଉତ୍ତରରେ କେନ୍ଦ୍ରାପଡ଼ା ଜିଲ୍ଲା ଏସ୍‌ପିଙ୍କ ସ୍ୱାକ୍ଷରିତ ଏକ ଚିଠିରେ ସେହି ସମାନ ଜମି ମାଲିକଙ୍କ ନାମ ସହିତ ଲେଖାଯାଇଛି, ଜମିର ମାଲିକ ହେଲିକପ୍ଟର ଅବତରଣ ପାଇଁ ଅନୁମତି ଦେଇନାହାନ୍ତି।



from Odisha Reporter http://bit.ly/2Gauw7X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages