କୋଷ୍ଟାଲ ହାଇୱେ ପ୍ରୋଜେକ୍ଟକୁ ନେଇ କେଁ କାଢ଼ିଲେ ରାଜ୍ୟ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

କୋଷ୍ଟାଲ ହାଇୱେ ପ୍ରୋଜେକ୍ଟକୁ ନେଇ କେଁ କାଢ଼ିଲେ ରାଜ୍ୟ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):କୋଷ୍ଟାଲ ହାଇୱେ ନେଇ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ NHAI କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି। ବୈଠକ ପରେ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ସୂଚନା ଅନୁସାରେ NHAI ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରୁନାହାଁନ୍ତି।

ତାଙ୍କ ସୂଚନା ଅନୁଯାୟୀ, NHAI ସାତପଡ଼ାରୁ ପୁରୀ ଏକଜିଷ୍ଟିଂ ରୋଡ଼ରେ ହାଇେୱେ କରିବାକୁ ଚାହୁଁଛନ୍ତି । ହେଲେ ପ୍ରସ୍ତାବିତ କୋଣାର୍କ-ଅସ୍ତରଙ୍ଗ କୋଷ୍ଟାଲ ହାଇେୱେ ୧୦ କି.ମି. ଦୂର ହେଉଛି। ତେଣୁ ରାଜ୍ୟ ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରୁନାହଁନ୍ତି ବୋଲି କହିଛନ୍ତି ପୂର୍ତ୍ତ ସଚିବ । ତେଣୁ ଆଉଥରେ ଯୋଜନାର ରୂପରେଖ ପ୍ରସ୍ତୁତି ପାଇଁ NHAIକୁ କୁହାଯାଇଛି ।

ସେହିପରି ଚିଲିକା ଉପରେ ୨ଟି ସିଗନେଚର ବ୍ରିଜ୍ କରାଯିବାକୁ ମଧ୍ୟ ଯୋଜନା ରହିଛି। ଏହାଦ୍ୱାରା ଯେମିତି ପରିବେଶର କ୍ଷତି ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଉ ବୋଲି ରାଜ୍ୟ ସରକାର ଅନୁରୋଧ କରିଥିବା ସେ କହିଛନ୍ତି।



from Odisha Reporter http://bit.ly/2RUF2Sc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages