
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୌଣସି ବ୍ୟବସାୟ କରିବା ସମୟରେ ଆପଣ ଏହାର ଲାଭକ୍ଷତିକୁ ନେଇ ଚିନ୍ତାରେ ରହିଥାନ୍ତି। ଟଙ୍କା ଖର୍ଚ୍ଚ ଓ ପରିଶ୍ରମ କରି ବ୍ୟବସାୟ ଆରମ୍ଭ କରିଥିଲେ ମଧ୍ୟ ଅନେକ ସମୟରେ ଆପଣ ଆଶାନୁରୂପ ଲାଭ ପାଇପାରନ୍ତି ନାହିଁ। ଯେତେ ଚେଷ୍ଟା କଲେ ବି ବ୍ୟବସାୟରେ କ୍ଷତି ହୁଏ। ହେଲେ ଖୁବ୍ କମ୍ ଲୋକ ଏହା ଜାଣନ୍ତି ଯେ, ବ୍ୟବସାୟରେ କାହାର ଖରାପ ନଜର ବା କୁଦୃଷ୍ଟି ପଡ଼ିବା କାରଣରୁ ଏପରି ହୋଇଥାଏ।
ଏହାର ସମାଧାନ ନ କଲେ ବ୍ୟବସାୟ ବୁଡ଼ିବା ପରିସ୍ଥିତିକୁ ଆସିବା ସହ ଆପଣଙ୍କୁ ଏକ ବଡ଼ ଆର୍ଥିକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ଚାଲନ୍ତୁ ଜାଣିବା ବ୍ୟବସାୟରେ ଖରାପ ନଜର ଲାଗିଲେ ଏଥିରୁ ମୁକ୍ତି ପାଇବେ କିପରି ।
ପ୍ରଥମ ଉପାୟ : ଯଦି ଆପଣଙ୍କ ବ୍ୟବସାୟକୁ କାହାର ଖରାପ ନଜର ଲାଗିଛି ତେବେ ଶନିବାର ଗୋଟିଏ ସବୁଜ ଲେମ୍ବୁକୁ ନିଜ କାର୍ଯ୍ୟାଳୟର ଚାରି କାନ୍ଥକୁ ସ୍ପର୍ଶ କରାନ୍ତୁ। ତା’ପରେ ସେହି ଲେମ୍ବୁକୁ ଚାରି ଖଣ୍ଡରେ କାଟି ଚାରି ଦିଗକୁ ଫୋପାଡ଼ି ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ବ୍ୟବସାୟ ବା ବେପାରରେ ଲାଗିଥିବା ଦୁଃସ୍ଥିତି ଦୂର ହେବ।
ଦ୍ୱିତୀୟ ଉପାୟ : ବ୍ୟବସାୟରେ ପଡ଼ିଥିବା କୁଦୃଷ୍ଟିରୁ ବର୍ତ୍ତିବା ପାଇଁ ଚାରି ଖଣ୍ଡ ଲୁହା ନେଇ କାର୍ଯ୍ୟାଳୟ ଚାରି କୋଣରେ ପୋତି ଦିଅନ୍ତୁ। ଏହାଦ୍ୱାରା ବ୍ୟବସାୟ ସୁରୁଖୁରୁରେ ଚାଲିବ।
from Odisha Reporter http://bit.ly/2G6aL1k
No comments:
Post a Comment