
ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ): ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ କିଛି ଦୁର୍ବୁତ୍ତ ବୋମାମାଡ଼ କରି ଆତଙ୍କ ସୃଷ୍ଟି କରିଛନ୍ତି। ଗତକାଲି ସନ୍ଧ୍ୟା ସାଢେ ଛଅଟା ସମୟରେ ତିନି ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍ରେ ଆସି ସିରିଜ୍ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି।
ଦୁର୍ବୃତ୍ତମାନେ ପ୍ରଥମେ ଈଶ୍ୱର ସପିଙ୍ଗ୍ ମହଲ ସାମ୍ନାରେ ବୋମାମାଡ କରିଥିଲେ। ପରେ ଜଗନ୍ନାଥ ଜୁଏଲର୍ସ ସାମ୍ନାରେ ବୋମା ପିଙ୍ଗିଥିଲେ। ଏହାପରେ ଲୋହରାଖଣ୍ଡି ବ୍ରିଜ୍ ଉପରେ ବୋମାମାଡ କରିଥିଲେ। ଶେଷରେ ବାଉଁ ଶଲୁଣ୍ଠି ହିରୋ ଶୋ’ ରୁମ୍ (ରେବତୀ ମୋଟର୍ସ) କାଚମେଟ୍ ଉପରକୁ ବୋମା ଫିଙ୍ଗଥିଲେ। ଏହି ସମୟରେ ଶୋରୁମ୍ରେ ଥିବା ମାଲିକଙ୍କ ଭାଇ ଆଉ ଦୁଇ ଜଣ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ।
ଏନେଇ ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
from Odisha Reporter http://bit.ly/2HUkKIG
No comments:
Post a Comment