ଶରଦ ପାୱାର ଲଢ଼ିବେ ଲୋକସଭା ନିର୍ବାଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ଶରଦ ପାୱାର ଲଢ଼ିବେ ଲୋକସଭା ନିର୍ବାଚନ

sharad

ପୁନେ: ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବେ। ମଙ୍ଗଳବାର ସନ୍ଧ୍ୟାରେ ସେ ଏ କଥା ସ୍ପଷ୍ଟ କରିଛନ୍ତି।

୭୮ ବର୍ଷୀୟ ପାୱାର ଏବେ ରାଜ୍ୟସଭା ସଦସ୍ୟ ଅଛନ୍ତି। ସେ କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ମହାରାଷ୍ଟ୍ରର ମଧ୍ୟ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ତାଙ୍କୁ ଦଳର ନେତା ଓ କର୍ମୀମାନେ କହୁଛନ୍ତି।

ପାୱାର କହିଛନ୍ତି,“ପାର୍ଥ ପାୱାର, ରୋହିତ ପାୱାର ଓ ଅଜିତ ପାୱାର ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ।”

ଅଜିତ୍‌ ପାୱାର ହେଉଛନ୍ତି ଶରଦ ପାୱାରଙ୍କ ପୁତୁରା। ସେ ଏବେ ବିଧାୟକ ଅଛନ୍ତି। ପୂର୍ବରୁ ସେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଥିଲେ। ପାର୍ଥ ପାୱାର ହେଉଛନ୍ତି ଅଜିତ୍‌ଙ୍କ ପୁଅ। ସେ ମାଭଲ ଲୋକସଭା ଆସନରୁ ଏନ୍‌ସିପିର ପ୍ରାର୍ଥୀ ହେବା ବୋଲି ଆଲୋଚନା ଜୋର ଧରିଥିଲା।

ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଏବେ ଲୋକସଭା ସାଂସଦ ଅଛନ୍ତି।



from Odisha Reporter https://ift.tt/2GzW8n9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages