ଭାରତର ୪୦ତମ କମ୍ୟୁନିକେସନ୍‌ ସ୍ୟାଟେଲାଇଟ୍‌ର ସଫଳ ପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ଭାରତର ୪୦ତମ କମ୍ୟୁନିକେସନ୍‌ ସ୍ୟାଟେଲାଇଟ୍‌ର ସଫଳ ପରୀକ୍ଷା

ନୂଆଦିଲ୍ଲୀ: ସଦ୍ୟ ନିର୍ମିତ ଭାରତର ଯୋଗାଯୋଗ କୃତ୍ରିମ ଉପଗ୍ରହ ବା କମ୍ୟୁନିକେସନ୍‌ ସ୍ୟାଟେଲାଇଟ୍‌ ଜିସ୍ୟାଟ୍‌-୩୧ର ସଫଳ ଉତ୍‌କ୍ଷେପଣ ସମ୍ଭବ ହୋଇପାରିଛି। ୨୦୧୯ ବର୍ଷ ଆରମ୍ଭରୁ ଏହା ଇସ୍ରୋର ତୃତୀୟ ସଫଳ ମିଶନ୍। ତେବେ ଏହି ସ୍ୟାଟେଲାଇଟ୍‌କୁ ଭାରତ ବାହାରେ ଫ୍ରେଞ୍ଚ ଗୁଏନାଠାରେ ଉତ୍‌କ୍ଷେପଣ କରାଯାଇଥିଲା।

ଆମେରିକାର ଦକ୍ଷିଣ ଉପକୂଳ ନିକଟବର୍ତ୍ତୀ ତଥା ଫ୍ରାନ୍ସର ସୀମା ଭିତରେ ଥିବା କୌରୋଉସ୍ଥିତ ଏରିଏନ୍‌ ଲଞ୍ଚ କମ୍ପ୍ଲେକ୍ସରୁ ଏହାର ଉତ୍‌କ୍ଷେପଣ କରାଯିବାର ୪୨ ମିନିଟ୍‌ ପରେ ଏହା କକ୍ଷ ପଥରେ ଅବସ୍ଥାପିତ ହୋଇଥିଲା।

ଏହି ଉତ୍‌କ୍ଷେପଣ ପରେ ସତୀଶ ଧୱନ୍‌ ମହାକାଶ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଏସ୍‌ ପାଣ୍ଡିଆନ୍‌ଙ୍କ କହିବା ଅନୁଯାୟୀ, “ଜିସ୍ୟାଟ-୩୧ର ସଫଳ ଉତ୍‌କ୍ଷେପଣରେ ମୁଁ ଆନନ୍ଦିତ। ୨୦୧୯ ମସିହାରେ ଏହା ଇସ୍ରୋର ତୃତୀୟ ମିଶନ୍‌।”

ଜିସ୍ୟାଟ୍‌-୩୧ ଇନ୍‌ସ୍ୟାଟ୍‌ର ସ୍ଥାନ ନେବ। ଇନ୍‌ସ୍ୟାଟ୍‌ର ଆୟୁ ସରିଆସୁଥିବାରୁ ତାକୁ ପୃଥିବୀପୃଷ୍ଠକୁ ଖସାଯିବ। ଏହା ଭାରତର ମୂଳଭୂମି ଏବଂ ଦ୍ୱୀପସମୂହଙ୍କୁ ଯୋଗାଯୋଗ ସେବା ଯୋଗାଇବ।



from Odisha Reporter http://bit.ly/2Gdd2rl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages