ବନ୍ଧା ହେଲେ ପୁଲିସ୍ ବାବୁ, ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ବନ୍ଧା ହେଲେ ପୁଲିସ୍ ବାବୁ, ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ

123

ବରଗଡ଼(ଦୀପକ ଶର୍ମା): ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବରଗଡ଼ ଜିଲ୍ଲା ସୋହେଲା ଥାନାର ଏଏସ୍ଆଇ ବନମାଳୀ କୁଅଁରଙ୍କୁ ଗିରଫ କରାଯାଇଛି। ଏଥିସହ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ କୈବଲ୍ୟ ନାଗ ଓରଫ ରିଙ୍କୁ ନାଗକୁ ମଧ୍ୟ ପୁଲିସ୍ ଗିରଫ କରିଛି।

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ଆସିବା ପରେ କୈବଲ୍ୟ ଓରଫ ରିଙ୍କୁକୁ ପୁଲିସ୍ ଗତକାଲି ଠାରୁ ଅଟକ ରଖି ପଚରାଉଚରା କରୁଥିଲା। ସେହିଭଳି ଦୁଷ୍କର୍ମ କରିଥିବା ଅଭିଯୋଗରେ ବନମାଳୀଙ୍କୁ ସସ୍‌ପେଣ୍ଡ କରାଯାଇଥିଲା।

ଅଭିଯୋଗ ଅନୁଯାୟୀ, ଗତ ୮ ତାରିଖ ଦିନ ମେଲଛାମୁଣ୍ଡା ଥାନା ଅଞ୍ଚଳର ଏହି ନାବାଳିକା ଜଣଙ୍କ ଟ୍ୟୁସନ୍‌କୁ ଯାଇ ଆଉ ଘରକୁ ଫେରି ନଥିଲେ। ପରେ ମେଲଛାମୁଣ୍ଡା ଥାନା ପୁଲିସ୍ ତାଙ୍କୁ ସୋହେଲାରୁ ଉଦ୍ଧାର କରିଥିଲା ଓ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ଉଦ୍ଧାର ପରେ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ କହିଥିଲେ ଯେ ତାଙ୍କୁ ଦୁଷ୍କର୍ମ କରାଯାଇଛି। ଏହା ପରେ ତାଙ୍କ ବାପା ସୋହେଲା ଥାନାରେ ଏକ ଏତଲା ଦେଇଥିଲେ।

ସେ ତାଙ୍କ ଏତଲାରେ ଦର୍ଶାଇଥିଲେ ଯେ ରିଙ୍କୁ ନାଗ ତାଙ୍କ ଝିଅକୁ ଅପହରଣ କରି ସୋହେଲା ନେଇ ଯାଇଥିଲା। ସେ ତାକୁ ସେଠାରେ ଏଏସ୍ଆଇ ବନମାଳୀ କୁଅଁରଙ୍କ ଭଡ଼ା ଘରେ ରଖି ଦୁଷ୍କର୍ମ କରିଥିଲା ଓ ତା’ପରେ ଘରେ ତାଲା ପକାଇ ସେଠାରୁ ପଳାଇଥିଲା। ସନ୍ଧ୍ୟାରେ ଏଏସ୍ଆଇ ଝିଅକୁ ଥାନା ପରିସରରେ ଥିବା ତାଙ୍କ ଷ୍ଟାଫ୍ କ୍ୱାର୍ଟର୍ସକୁ ନେଇ ଯାଇଥିଲେ। ସେ ସେଠାରେ ତାଙ୍କ ଝିଅକୁ ବିଭିନ୍ନ ପ୍ରକାର ଶାରୀରିକ ନିର୍ଯାତନା ଦେଇଥିଲେ। ନିର୍ଯାତନା ଯୋଗୁ ଝିଅ ବେହୋସ ହୋଇଯାଇଥିଲା। ଝିଅ ଚେତା ଫେରି ପାଇବା ପରେ ଦେଖିଥିଲା ଯେ ଏଏସ୍‌ଆଇ ଏକ ଧଳା ଟାୱେଲ୍ ପିନ୍ଧି ତା’ ଶରୀରର ସମ୍ବେଦନଶୀଳ ଅଙ୍ଗ ଗୁଡ଼ିକରେ ହସ୍ତଚାଳନା କରୁଥିଲେ। ଏଏସ୍‌ଆଇ ଯୋଜନାବଦ୍ଧ ଭାବେ ରିଙ୍କୁ ସହ ମିଶି ତାଙ୍କ ଝିଅକୁ ଅପହରଣ କରିବା ସହ ଦୁଷ୍କର୍ମ କରିଥିବା ତାଙ୍କର ସନ୍ଦେହ ହେଉଥିବା ନେଇ ସେ ଅଭିଯୋଗ କରିଛନ୍ତି।

ସୋହେଲା ଥାନା ପୁଲିସ୍ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ କରୁଛି।



from Odisha Reporter http://bit.ly/2SthjOh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages