
ମୁମ୍ବାଇ(ଓଡ଼ିଶା ରିପୋର୍ଟର): ରିଲିଜ୍ ପରେ ବକ୍ସ ଅଫିସ୍ରେ କମାଲ୍ କରିପାରିନି ବାପ ଝିଅଙ୍କ ଯୋଡି। ଆମେ କହୁଛୁ ଅନୀଲ କପୁର ଓ ସୋନମ କପୁରଙ୍କ ଅଭିନିତ ଫିଲ୍ମ ‘ଏକ ଲଡକି କୋ ଦେଖା ତୋଐସା ଲଗା’ର କଥା। ପ୍ରଥମ ସପ୍ତାହସରେ ମାତ୍ର ୧୩ କୋଟି ୫୩ ଲକ୍ଷ ଟଙ୍କା ଆୟ କରିଛି ଏହି ଫିଲ୍ମ। ଶୁକ୍ରବାର ୩ କୋଟି ୩୦ ଲକ୍ଷ ଟଙ୍କା, ଶନିବାର ୪ କୋଟି ୬୫ ଲକ୍ଷ ଟଙ୍କା ଏବଂ ରବିବାର ୫ କୋଟି ୫୮ ଲକ୍ଷ ଟଙ୍କା ବକ୍ସ ଅଫିସ୍ରୁ କଲେକ୍ସନ ହୋଇଛି। ସୋଶାଲ୍ ମିଡିଆରେ କିନ୍ତୁ ଫିଲ୍ମକୁ ଭଲ ରେସପନ୍ସ ମିଳିଛି। ବିଶେଷ କରି ଦର୍ଶକ ଫିଲ୍ମରେ ସୋନମ୍ଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି।

ଫିଲ୍ମ ଚଳିତ ସପ୍ତାହରେ ମଧ୍ୟ ଭଲ ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଛି। ‘ଏକ ଲଡକି କୋ ଦେଖା ତୋ ଐସା ଲଗା’ରେ ରିୟଲ ଲାଇଫର ବାପ-ଝିଅ ଅର୍ଥାତ୍ ଅନୀଲ ଓ ସୋନମ ପ୍ରଥମ ଥର ରିଲ୍ ଲାଇଫରେ ବାପ-ଝିଅ ଚରିତ୍ରରେ ନଜର ଆସିଥିଲେ। ଏହାସହ ଫିଲ୍ମରେ ଅନୀଲ୍ ଓ ସୋନମଙ୍କ ସହ ନଜର ଆସିଥିଲେ ମୋଷ୍ଟ ଟ୍ୟାଲେଣ୍ଟେଡ ରାଜକୁମାର ରାଓ। ବହୁ ଦିନ ପରେ ବଲିଉଡ୍କୁ ବ୍ୟାକ କରିଥିବା ଜୁହି ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଛନ୍ତି।
from Odisha Reporter http://bit.ly/2Bj6PpQ
No comments:
Post a Comment