
ପାଲଲହଡ଼ା(ରବି ନାରାୟଣ ପ୍ରଧାନ): ଅନୁଗୋଳ ଜିଲ୍ଲା ଖମାର ଥାନI ଅନ୍ତର୍ଗତ ବନର ଗାଁ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜଗନ୍ନାଥ ସେଠୀ।
ଜଗନ୍ନାଥ ଆଜି ସକାଳେ କାମ କରିବାକୁ ଘରୁ ସାଇକେଲ ଯୋଗେ ବାହାରି ଯାଇଥିଲେ। ସେ ୧୪୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା।
ମୃତକଙ୍କ ପରିବାରକୁ ରେଡ୍କ୍ରସ୍ ପକ୍ଷରୁ ୧୦ ହଜାର ଟଙ୍କା ଦିଆଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2BUTkwQ
No comments:
Post a Comment