
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ। କିଛି ସ୍ଥାନରେ ଝଡ଼ତୋଫାନ ସହ କୁଆପଥର ମାଡ଼ ବି ହୋଇପାରେ। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ପୂର୍ବ ବିହାରରୁ ପଶ୍ଚିମବଙ୍ଗର ଗାଙ୍ଗେୟ ସମତଳ ଅଞ୍ଚଳକୁ ପ୍ରବାହିତ ଏକ ଟ୍ରପ୍ ଲାଇନ ପ୍ରଭାବରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବ। ସେହିପରି ଦକ୍ଷିଣ ଓଡ଼ିଶାର ଗୋଟେ ଅବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭବନା ରହିଛି।
କେତେକ ସ୍ଥାନରେ ଝଡ଼ତୋଫାନ ସହ କୁଆପଥର ମାଡ଼ ହେବା ନେଇ ମଧ୍ୟ ସତର୍କ ସୂଚନା ଦିଆଯାଇଛି।
ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।
from Odisha Reporter https://ift.tt/2EjFbJV
No comments:
Post a Comment