ସିବିଆଇ-ପୁଲିସ ହାଇ ଡ୍ରାମା, ଧାରଣାରେ ମମତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

ସିବିଆଇ-ପୁଲିସ ହାଇ ଡ୍ରାମା, ଧାରଣାରେ ମମତା

ନୂଆଦିଲ୍ଲୀ: କୋଲକାତାରେ ଦେଖିବାକୁ ମିଳିଛି ହାଇ ଭୋଲଟେଜ୍‌ ଡ୍ରାମା। ଚିଟଫଣ୍ଡ୍‌ ମାମଲା ନେଇ କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କ ବାସଭବନକୁ ଯିବାବେଳେ ସିବିଆଇ ଅଧିକାରୀଙ୍କୁ କୋଲକାତା ପୁଲିସ ଅଟକାଇବାକୁ ନେଇ ମହାଭାରତ ଜାରି ରହିଛି।

ସେପଟେ ଏହି ଘଟରାକୁ ନେଇ ଗତକାଲି ରାତିରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରେ ବସିଛନ୍ତି।  କେନ୍ଦ୍ର ସରକାରଙ୍କ ବିରୋଧରେ ‘ସମ୍ବିଧାନ ବଞ୍ଚାଅ’ ସ୍ଲୋଗାନ୍‌ ଦେଇ କୋଲକାତା ମେଟ୍ରୋ ଚ୍ୟାନେଲ ନିକଟରେ ଧାରଣାରେ ବସିଛନ୍ତି ମମତା।

ମମତାଙ୍କୁ ସମର୍ଥନ ଜଣାଇଛନ୍ତି ଅନ୍ୟ ରାଜନୈତିକ ଦଳର ନେତା। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ସିଂ ଯାଦବ, ମାୟାବତୀ ଏବଂ ଏନ୍‌ସିପି ନେତା ଶରଦ ପାଓ୍ୱାର ପ୍ରମୁଖ ମମତା ବାନାର୍ଜୀଙ୍କ ସମର୍ଥନରେ ବାହାରିଛନ୍ତି।

ସେପଟେ ସିବିଆଇ ଅଧିକାରୀଙ୍କୁ ଅଟକ ଘଟଣାରେ ଆଜି ସୁପ୍ରିମକୋର୍ଟ ଯିବ ସିବିଆଇ। ପଶ୍ଚିମବଙ୍ଗ ପୁଲିସ ତଦନ୍ତରେ ଅସହଯୋଗ କରୁଥିବା ଦର୍ଶାଇ ଆଜି ସୁପ୍ରମକୋର୍ଟ ଯିବ ସିବିଆଇ। ଏନେଇ ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଏମ. ନାଗେଶ୍ୱର ରାଓ ସୂଚନା ଦେଇଛନ୍ତି।

ରୋଜଭ୍ୟାଲି ଓ ଶାରଦା ଚିଟଫଣ୍ଡ ମାମଲାରେ ତଦନ୍ତ ପାଇଁ ଗତକାଲି ସିବିଆଇର ଏକ ଟିମ୍‌ ପୁଲିସ କମିଶନରଙ୍କ ଘରକୁ ଯାଉଥିବା ବେଳେ ସିବିଆଇ ଅଧିକାରୀଙ୍କୁ ଅଟକାଇବା ସହ ଥାନାକୁ ଉଠାଇ ନେଇଥିଲା ପୁଲିସ।

ମମତାଙ୍କ ସମର୍ଥକ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ରେଳ ରୋକ୍ ଆନ୍ଦୋଳନ କରିଛନ୍ତି। ପଶ୍ଚିମ ମେଦିନୀପୁର, ହୁଗୁଳି ସହ ଅନ୍ୟ କିଛି ସ୍ଥାନରେ ମଧ୍ୟରାତ୍ରରୁ ରେଳ ରୋକ୍ ଆନ୍ଦୋଳନ କରିଛନ୍ତି ଟିଏମ୍‌ସି ସମର୍ଥକ। ଏହାସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ଟିଏମସି ସମର୍ଥକ ରାସ୍ତାକୁ ଓହ୍ଲାଇଛନ୍ତି।



from Odisha Reporter http://bit.ly/2Tt6l7z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages