ରୋହିତଙ୍କ ସହ ଶିଖର ନୁହେଁ, ଏହି ଖେଳାଳି ଓପନ କରିବା ଉଚିତ ବୋଲି କହିଲେ ଗାଭାସ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

ରୋହିତଙ୍କ ସହ ଶିଖର ନୁହେଁ, ଏହି ଖେଳାଳି ଓପନ କରିବା ଉଚିତ ବୋଲି କହିଲେ ଗାଭାସ୍କର

ନୂଆଦିଲ୍ଲୀ: ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ପକ୍ଷରୁ ଇଂଲଣ୍ଡ ମାଟିରେ ରୋହିତ ଶର୍ମାଙ୍କ ସହ କିଏ ଓପନିଂ କରିବ, ତା’କୁ ନେଇ କିମ୍ବଦନ୍ତୀ କ୍ରିକେଟର୍ ଭିନ୍ନଭିନ୍ନ ମତଦେବା ଆରମ୍ଭ କରିଛନ୍ତି। କେହି କେହି ରୋହିତଙ୍କ ସହ ପୂର୍ବଭଳି ଶିଖର ଧୱନ ବିଶ୍ୱକପ୍‌ରେ ଓପନ କରିବା ପାଇଁ ଆସିବା ଉଚିତ ବୋଲି କହୁଥିବା ବେଳେ ଆଉ କେହି କେହି ଧୱନ ନୁହନ୍ତି ବରଂ ରିଷଭ ପନ୍ତ ଓପନ କରିବା ଦରକାର ବୋଲି ମତ ଦେଇଛନ୍ତି।

ପୂର୍ବରୁ ରୋହିତ-ପନ୍ତ ଯୋଡ଼ି ଓପନ କରିବା ଉଚିତ ବୋଲି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଖେଳାଳି ଶେନ୍‌ ୱାର୍ଣ୍ଣ ମତ ଦେଇଥିବା ବେଳେ ଏବେ ଭାରତର କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ସମାନ କଥା କହିଛନ୍ତି।

ଗାଭାସ୍କର କହିଛନ୍ତି, “ ପନ୍ତ ଇନିଂସ ଓପନ କରିବାର କ୍ଷମତା ରଖିଛନ୍ତି। ବିଶ୍ୱକପ୍‌ରେ ସେ ରୋହିତଙ୍କ ସହ ଭାରତ ପାଇଁ ଇନିଂସ ଆରମ୍ଭ କରିପାରିବେ। ସେ ବିଶ୍ୱକପ୍‌ ଟିମ୍‌ରେ ତୃତୀୟ ଓପନର୍ ଭାବେ ସାମିଲ ହୋଇପାରିବେ। ସେ ଉଭୟ ଟପ୍‌ ଅର୍ଡର ଓ ମିଡିଲ ଅର୍ଡରରେ ଭଲ ପ୍ରଦର୍ଶନ କରିପାରିବେ। ତେଣୁ ଶିଖର ବିଫଳ ହେଲେ ପନ୍ତ ରୋହିତଙ୍କ ସହ ଓପନ କରିପାରିବେ।”

ପୂର୍ବରୁ ଶେନ୍‌ ୱାର୍ଣ୍ଣ ମଧ୍ୟ ସମାନ କଥା କହିଥିଲେ। ସେ କହିଥିଲେ, “ ପନ୍ତ ଜଣେ ଚମତ୍କାର ଖେଳାଳି। ମୁଁ ଜାଣି ପାରୁନି କାହିଁକି ଟିମ୍‌ ଇଣ୍ଡିଆରେ ସେ ବ୍ୟାଟସ୍‌ମ୍ୟାନ୍‌ ଭାବେ ଖେଳୁନାହାନ୍ତି। ଦରକାର ପଡ଼ିଲେ ସେ ରୋହିତଙ୍କ ସହ ବିଶ୍ୱକପ୍‌ରେ ଓପନ ମଧ୍ୟ କରିପାରିବେ। ମୁଁ ଜାଣିଛି ଓପନର ଭାବେ ଶିଖର ଧୱନ ଭଲ ପ୍ରଦର୍ଶନ କରିଛନ୍ତି। ହେଲେ ରୋହିତ ଓ ପନ୍ତଙ୍କ ଯୋଡ଼ି ଭାରତ ପାଇଁ ବିଶ୍ୱକପ୍‌ରେ ଭଲ କରିପାରିବେ। ବିଶ୍ୱକପ୍‌ରେ ପନ୍ତ ଏକ୍ସ ଫ୍ୟାକ୍ଟର ହେବେ। ଏପରି କରି ଆପଣ ବିରୋଧୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଚକିତ କରିପାରିବେ।”



from Odisha Reporter http://bit.ly/2BGjnrz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages