ରଜନୀକାନ୍ତଙ୍କୁ କଡ଼ା ସମାଲୋଚନା କଲେ କମଲ ହାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ରଜନୀକାନ୍ତଙ୍କୁ କଡ଼ା ସମାଲୋଚନା କଲେ କମଲ ହାସନ

kamalrajanikant

ଚେନ୍ନାଇ: ଅଭିନେତାରୁ ରାଜନେତା ହୋଇଥିବା ରଜନୀକାନ୍ତ ଓ କମଲ ହାସନଙ୍କ ମଧ୍ୟରେ ଏବେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।ଗତକାଲି ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ କମଲ ହାସନ ଡିଏମ୍‌କେ ସଭାପତି ଏମ୍‌କେ ଷ୍ଟାଲିନ୍‌ଙ୍କ ସହିତ ରଜନୀକାନ୍ତଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ଗତକାଲି ରଜନୀକାନ୍ତ ଘୋଷଣା କରିଥିଲେ ଯେ ସେ ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ଲଢ଼ିବେ ନାହିଁ। ଆଉ ଏହାକୁ ନେଇ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କମଲ ହାସନ।

ରଜନୀକାନ୍ତଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି,“ଦେହରେ ତେଲ ଲଗାଇବା ପରେ ଓ ଜଙ୍ଘରେ ହାତ ଥାପୁଡ଼ାଇବା ପରେ ଜଣେ ମଲ୍ଲଯୋଦ୍ଧା ଆସନ୍ତାକାଲି ଲଢ଼ିବି ବୋଲି କହି ରିଙ୍ଗ୍‌ରୁ ଫେରିଯିବା ଉଚିତ୍ ନୁହେଁ। ଯଦି ସେ ଏଭଳି କରନ୍ତି, ତା’ହେଲେ ଲୋକେ ତାଙ୍କୁ ଦେଖି ହସିବେ।”

ସୂଚନାଯୋଗ୍ୟ, ରଜନୀକାନ୍ତଙ୍କ ଭଳି କମଲ ହାସନ ମଧ୍ୟ ଏକ ରାଜନୈତିକ ଦଳ ଗଠନ କରିଛନ୍ତି। ଗତବର୍ଷ ସେ ରାଜନୀତିରେ ପ୍ରବେଶ କରିବା ସହିତ ନିଜର ଏକ ଦଳ ଗଠନ କରିଥିଲେ। ତାଙ୍କ ଦଳର ନାଁ ମକ୍କଲ ନିଧି ମଇମା(ଏମଏନ୍‌ଏମ୍‌)। ଗତ ବର୍ଷ ଡିସେମ୍ବର ମାସରେ କମଲ ହାସନ ଘୋଷଣା କରିଥିଲେ ଯେ ସେ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ।



from Odisha Reporter http://bit.ly/2GMi5yB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages