ଏତେ ଲୋକପ୍ରିୟ ଥିଲେ ଯେ, କବରରୁ ଚୋରି ହୋଇଯାଇଥିଲା ଶବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ଏତେ ଲୋକପ୍ରିୟ ଥିଲେ ଯେ, କବରରୁ ଚୋରି ହୋଇଯାଇଥିଲା ଶବ

ମୁମ୍ବାଇ: ଚାର୍ଲି ଚାପ୍‌ଲିନ୍‌ ବିଶ୍ୱର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ଏମିତି କେହି ନାହାନ୍ତି ଯେ ତାଙ୍କୁ ଜାଣି ନ ଥିବେ କି ତାଙ୍କ କଥା ଶୁଣି ନ ଥିବେ। ଚାର୍ଲି ଚାପ୍‌ଲିନ୍‌ କିଏ ଥିଲେ, କୋଉଠୁ ଆସିଥିଲେ? ଆଜି ଆମେ ତାଙ୍କ ସହ ଜଡ଼ିତ ଏମିତି କିଛି କଥା ଜାଣିବା ଯାହା ବୋଧହୁଏ ଆପଣ ଜାଣି ନ ଥାଇ ପାରନ୍ତି। ମହାନ ଅଭିନେତା, ନିର୍ଦ୍ଦେଶକ ଚାର୍ଲି ଚାପ୍‌ଲିନ୍‌ ନିଜ ମୁକ ଫିଲ୍ମଗୁଡ଼ିକ ମାଧ୍ୟମରେ ଆମେରିକାର ପୁଞ୍ଜିବାଦ, ଫାସିବାଦ୍‌ ଓ ଯୁଦ୍ଧ ବିଷୟରେ ଉତ୍ତମ ବାର୍ତ୍ତା ଦେଇ ଚୁର୍ଚ୍ଚାକୁ ଆସିଥିଲେ। ହେଲେ ସେ ଏତେ ଲୋକପ୍ରିୟ ଥିଲେ ଯେ, ମୃତ୍ୟୁ ପରେ ତାଙ୍କ ଶବ ବି ଚୋରଇ ନେଇଥିଲେ ପ୍ରଶଂସକ।
ଚାର୍ଲି ଚାପ୍‌ଲିନ୍‌ ସେହି ବ୍ୟକ୍ତିତ୍ୱ ଥିଲେ, ଯାହାଙ୍କୁ ଆମେରିକାର ଟାଇମ୍ ପ୍ରତ୍ରିକା ନିଜ କଭର ପେଜରେ ସ୍ଥାନ ଦେଇଥିଲେ। ଆଜି ବି ଯେତେବେଳେ ଚାର୍ଲି ଚାପ୍‌ଲିନ୍‌ଙ୍କ କଥା ଉଠ, ଅଭିନୟ ମାଧ୍ୟମରେ ଆମକୁ ହସେଇ କିଭଳି ପୂରା ଜୀବନ ସେ କାଟିଦେଇଥିଲେ ସେହି କଥା ମନେ ପଡ଼େ।

ଏମିତି ଥିଲେ ଚାର୍ଲି
ଚାର୍ଲି ଚାପ୍‌ଲିନ୍‌ଙ୍କ ପୂରା ନାଁ ସର ଚାଲ୍ସେ ସ୍ପେନ୍ସର ଥିଲା। ଏପ୍ରିଲ୧୬, ୧୮୮୯ରେ ଜନ୍ମିତ ଚାର୍ଲି ୨୫ ଡିସେମ୍ବର ୧୯୭୭ରେ ପ୍ରାଣ ହରାଇଥିଲେ। ଚାର୍ଲି ଜଣେ ଇଂରାଜୀ ହାସ୍ୟ ଅଭିନେତା ଓ ଫିଲ୍ମ ନିର୍ଦ୍ଦେଶକ ଥିଲେ।
ତାଙ୍କ ବାପା ଜଣେ ଅଭିନେତା ଥିଲେ। ସବୁବେଳେ ମଦ୍ୟପାନ କରୁଥିବାରୁ ପିତାଙ୍କ ସହ ତାଙ୍କର ପଡୁ ନ ଥିଲା। ଜୀବନ ଖୁବ୍ ସଂଘର୍ଷମୟ ହୋଇପଡିଥିଲା। ପିତାଙ୍କ ଏହି କୁ ଅଭ୍ୟାସ ପାଇଁ ମାନଦସିକ ବିକାରଗ୍ରସ୍ତ ହୋଇ ପଡିଥିଲେ ମା’। ପରିସ୍ଥିତି ଏପରି ହେଲା ଯେ, ଶେଷକୁ ତାଙ୍କୁ ମାନସିକ ରୋଗ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପରେ ଚାର୍ଲି ଓ ତାଙ୍କ ଭାଇଙ୍କୁ ତାଙ୍କ ବାପାଙ୍କ ସହ ରହିବାକୁ ପଡ଼ୁଥିଲା। କିନ୍ତୁ ତାଙ୍କ ବାପାଙ୍କ ବ୍ୟବହାର କାରଣରୁ ଏକ ସଂସ୍ଥା ଚାର୍ଲି ଓ ତାଙ୍କ ଭାଇଙ୍କୁ ତାଙ୍କ ବାପାଙ୍କଠାରୁ ଅଲଗା ରଖିଥିଲେ। କିଛି ବର୍ଷ ପରେ ଚାର୍ଲିଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ଚିନ୍ତା ଓ ବିଷାଦ ଭରା ପିଲାଦିନ ସତ୍ତ୍ୱେ ସେ ଆମେରିକା ସିନେମାରେ ନିଜ ଛାପ ଛାଡ଼ିବାରେ ସଫଳ ହୋଇଥିଲେ। କିନ୍ତୁ ଆମେରିକା ସରକାର ୧୯୫୨ରେ ତାଙ୍କୁ ବ୍ୟାନ୍‌ କରି ଦେଇଥିଲେ।

ଚାର୍ଲି ଚାପ୍‌ଲିନ୍‌ ସବୁଠୁ ପ୍ରସିଦ୍ଧ କଳାକାରଙ୍କ ମଧ୍ୟରୁ ଜଣେ ଥିଲେ। ଏହାସହ ସେ ଜଣେ ଫିଲ୍ମ ନିର୍ମାତା, ସଙ୍ଗୀତକାର ଓ ସଙ୍ଗୀତଜ୍ଞ ଥିଲେ।

ଲୋକଙ୍କୁ ମନୋରଞ୍ଜନ କରାଇବାରେ ସେ ନିଜ ଜୀବନର ୭୫ ବର୍ଷ ବିତାଇ ଦେଇଥିଲେ। ବିକ୍ଟୋରିୟନ୍‌ ମଞ୍ଚ ଓ ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ର ସଙ୍ଗୀତ କକ୍ଷରେ ଏକ ଶିଶୁ କଳାକାର ଭାବେ ତାଙ୍କ ଜୀବନ ଆରମ୍ଭ ହୋଇଥିଲା। ୮୮ ବର୍ଷ ବୟସ ପର୍ଯ୍ୟନ୍ତ ସେ ଅଭିନେତା ଭାବେ ସକ୍ରିୟ ଥିଲେ।

ଚାର୍ଲି ଚାପ୍‌ଲିନ୍‌ଙ୍କ ଜୀବନକୁ ଶବ୍ଦରେ ବର୍ଣ୍ଣନା କରିବା ଖୁବ୍‌ କଠିନ।

ଚାର୍ଲିଙ୍କ ଫିଲ୍ମର କମ୍ୟୁନିଷ୍ଟ୍‌ ବିଚାର ଯୋଗୁ ଫିଲ୍ମକୁ ଆମେରିକାରେ ପ୍ରତିବନ୍ଧକ ଲଗାଯାଇଥିଲା। ତାଙ୍କୁ ୨୦ ବର୍ଷ ପରେ ୧୯୭୨ରେ ଓସ୍କାର ଆୱାର୍ଡ୍‌ ମିଳିଥିଲା। ଚାର୍ଲିଙ୍କୁ ସିନେମାରେ ଯୋଗଦାନ ଯୋଗୁ ଦର୍ଶକ ତାଙ୍କୁ ୧୨ ମିନିଟ୍‌ ଛିଡ଼ା ହୋଇ ତାଳି ମାରିଥିଲେ। ଏହା ଓସ୍କାର୍‌ ଇତିହାସରେ ସବୁଠୁ ବଡ଼ ଷ୍ଟାଣ୍ଡିଂ ଓଭେସନ୍‌ ବୋଲି କୁହାଯାଏ।

ନିଜ ଫିଲ୍ମରେ ଜୀବନର କମେଡି ଓ ଟ୍ରାଜେଡି ଦେଖାଉଥିବା ଚାର୍ଲିଙ୍କର ମୃତ୍ୟୁ ପରେ ବି ଟ୍ରାଜେଡି ସରି ନ ଥିଲା। ୧୯୭୭ରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁର ଗୋଟିଏ ବର୍ଷ ପରେ ବି ତାଙ୍କ ପାର୍ଥିବ ଶରୀରକୁ ସ୍ୱିଜରଲ୍ୟାଣ୍ଡ୍‌ର ଏକ ଗାଁରୁ ଦୁଇଜଣ ଚୋର ଉଠେଇ ନେଇଯାଇଥିଲେ। ଚିନ୍ତା କରନ୍ତୁ କେତେ ଲୋକପ୍ରିୟ ଥିଲେ ଚାର୍ଲି।



from Odisha Reporter https://ift.tt/2TivxRH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages