ସୁପ୍ରିମ୍‌କୋର୍ଟଙ୍କ ଦିଲ୍ଲୀ ରାୟ, ଭାଗ ବଣ୍ଟା ହେଲା କ୍ଷମତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ସୁପ୍ରିମ୍‌କୋର୍ଟଙ୍କ ଦିଲ୍ଲୀ ରାୟ, ଭାଗ ବଣ୍ଟା ହେଲା କ୍ଷମତା

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତା ପ୍ରୟୋଗକୁ ନେଇ ଦିଲ୍ଲୀର ନିର୍ବାଚିତ ସରକାର ଏବଂ କେନ୍ଦ୍ର ସରକାରଙ୍କ ନିଯୁକ୍ତି ଲ୍ୟୁଟ୍‌ନାଣ୍ଟ ଗଭର୍ଣ୍ଣରଙ୍କ ମଧ୍ୟରେ ପାୱାର ଟସଲ୍‌କୁ ନେଇ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମ୍‌କୋର୍ଟ। ଏକ ଦୁଇଜଣିଆ ଖଣ୍ଡପୀଠ ଆମ୍‌ ଆଦ୍‌ମୀ ପାର୍ଟି ଏବଂ କେନ୍ଦ୍ର ମଧ୍ୟରେ ବିଭିନ୍ନ କ୍ଷମତାକୁ ଭାଗ ବାଣ୍ଟିଦେଇଛନ୍ତି।

ଏହି ରାୟ ଅନୁଯାୟୀ ଲ୍ୟୁଟ୍‌ନାଣ୍ଟ ଗଭର୍ଣ୍ଣର ବା ଉପରାଜ୍ୟପାଳଙ୍କ ପାଖରେ ଜମିଜମା, ପୁଲିସ ଓ ଆଇନଶୃଙ୍ଖଳା ପରିଚାଳନା ଏବଂ ଆଣ୍ଟି କରପସନ୍‌ ବ୍ୟୁରୋ ଆଦି ରହିବ। କେନ୍ଦ୍ର ସପକ୍ଷରେ ଆଉ ଏକ କ୍ଷମତା ମଧ୍ୟ ଦିଆଯାଇଛି ତାହା ହେଉଛି ତଦନ୍ତ ପାଇଁ କମିଶନ୍‌ ଗଠନ କରିବା।

ବିଦ୍ୟୁତ ଓ ରାଜସ୍ୱ ବିଭାଗ, ଗ୍ରେଡ୍‌ ୩ ଓ ୪ଅଫିସରଙ୍କ ବଦଳି ଓ ନିଯୁକ୍ତି, ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତି ଏବଂ ବିଭିନ୍ନ ବିଭାଗର ନିର୍ଦ୍ଦେଶକ ନିଯୁକ୍ତି ଆଦି ଦିଲ୍ଲୀ ସରକାରଙ୍କ ଅଧୀନରେ ରହିବ।

ଜଷ୍ଟିସ୍ ଏକେ ସିକ୍ରି ଏବଂ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଏହି ଖଣ୍ଡପୀଠ ଆହୁରି ମଧ୍ୟ ବିଦ୍ୟୁତ ଆଇନ ଏବଂ ଦିଲ୍ଲୀ ବିଦ୍ୟୁତ ସଂସ୍କାର ଆଇନ ବାବଦରେ କହିଥିଲେ ଦିଲ୍ଲୀ ସରକାର ପାଖରେ ହିଁ କ୍ଷମତା ରହିବ।

ଅନ୍ୟପକ୍ଷରେ କୃଷି ଜମି ସମ୍ପର୍କିତ ପ୍ରସଙ୍ଗରେ ଉପରାଜ୍ୟପାଳ କେବଳ ମତ ଦେଇପାରିବେ। ଦିଲ୍ଲୀ ସରକାରଙ୍କ ସହିତ ତାଙ୍କର ମତଭେଦ ହୋଇପାରେ। ସେ ମତଭେଦ ବାବଦରେ ରାଷ୍ଟ୍ରପତିଙ୍କୁ ଜଣାଇପାରିବେ, ଉପରାଜ୍ୟପାଳଙ୍କ ବିନା ପରାମର୍ଶରେ ନିଷ୍ପତ୍ତି ନିଆଯାଇପାରିବନି।



from Odisha Reporter http://bit.ly/2USKuXq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages