ସହିଦ୍‌ ମେଜର ଆଉ ବୀରାଙ୍ଗନା ପତ୍ନୀ ନିକିତାଙ୍କ ଫଟୋ ଆଉ ଭିଡିଓ ହେଉଛି ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ସହିଦ୍‌ ମେଜର ଆଉ ବୀରାଙ୍ଗନା ପତ୍ନୀ ନିକିତାଙ୍କ ଫଟୋ ଆଉ ଭିଡିଓ ହେଉଛି ଭାଇରାଲ

ଡେରାଡୁନ୍‌:ଫଟୋରେ ଥିବା ଦମ୍ପତି କେଡେ ସୁନ୍ଦର କହିଲେ। ଫଟୋ ଦେଖି ତାଙ୍କ ଖୁସିକୁ ଆପଣ ଅନୁଭବ କରିପାରୁଥିବେ। ଆଉ ଭାବୁଥିବେ ଭଗବାନ କରନ୍ତୁ, ଦୁହେଁ ଏମିତି ସବୁବେଳେ ଖୁସିରେ ରୁହନ୍ତୁ। ଏମିତି ହସ ଖୁସିରେ ଜୀବନ କଟିଯାଉ ଦୁହିଁଙ୍କର। କିନ୍ତୁ ଦୁଭାଗ୍ୟ ଆପଣଙ୍କ ଶୁଭକାମନା ଈଶ୍ୱର କେବେ ବି ପୂରା କରି ପାରିବେନି। କାହିକିଁ ନା, ଏ ସୁନ୍ଦର ଯୋଡି ଏବେ ଗୋଟିକିଆ ତୁଠ ପଥର ଭଳି ଏକେଲା ହୋଇଯାଇଛି। ଏଇ ସୁନ୍ଦରୀ ନବବଧୂଙ୍କଠାରୁ ତାଙ୍କ ମେଜର ପତିଙ୍କୁ ଛଡାଇ ନେଇଛି କାଳ ଯମ।

ଫଟୋଟି ହେଉଛି ପୁଲୱାମାରେ ସହିଦ୍‌ ହୋଇଥିବା ଜବାନ୍‌ ମେଜର ବିଭୁତି ଢୌନ୍‌ଡିଆଲ ଆଉ ତାଙ୍କ ପତ୍ନୀ ନିକିତା କୌଲ୍‌ଙ୍କ ବାହାଘର ବେଳର। ଏହି ଫଟୋ ସହ ଦୁହିଁଙ୍କ ବାହାଘର ବେଳର ଅନ୍ୟ କିଛି ଫଟୋ ଓ ଭିଡିଓ ଏବେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣଙ୍କ ପାଟିରୁ ବି ଆହା ପଦେ ବାହାରି ଆସିବ, ଆଉ ମନେ ମନେ ଆତଙ୍କବାଦୀଙ୍କ ସେହି ଘୃଣ୍ୟ ବର୍ବରୋଚିତ ଆଚରଣ କଥା ଭାବି ଆପଣଙ୍କ ରକ୍ତ ଗରମ ହେବ।

ସୂଚନାଯୋଗ୍ୟ, ପୁଲୱାମା ଆକ୍ରମଣରେ ସହିଦ୍‌ ହୋଇଥିବା ୪୦ ଜଣ ଯବାନଙ୍କ ପରେ  ୧୮ ପେବୃଆରୀ ଏନ୍‌କାଉଣ୍ଟରରେ ପୁଣି ୪ ଜଣ ଯବାନ୍‌  ସହିଦ୍‌ ହୋଇଯାଇଥିଲା। ସେହି ସହିଦ୍‌ ୪ ଜଣ ଯବାନ୍‌ଙ୍କ ମଧ୍ୟରେ ଥିଲେ ମେଜର ବିଭୁତି। ଡେରାଡୁନ୍‌ରେ ରହୁଥିବା ମେଜର ବିଭୂତିଙ୍କ ବାହାଘର ୧୦ ମାସ ପୂର୍ବରୁ ହୋଇଥିଲା।  ୧୯ ଏପ୍ରିଲ୍‌କୁ ତାଙ୍କ ପ୍ରଥମ ବିବାହ ବାର୍ଷିକୀ ପାଳନ ହୋଇଥାନ୍ତା। କିନ୍ତୁ ବିବାହର ବର୍ଷେ ନ ପୁରୁଣୁ ପତ୍ନୀଙ୍କୁ ଛାଡ଼ି ଚାଲିଗଲେ ମେଜର।

ସହିଦ୍‌ ମେଜର ବିଭୂତିଙ୍କ ଅନ୍ତିମ ଯାତ୍ରାରେ ପତ୍ନୀ ନିକିତା ଯେଉଁ କଥା କହିଥିଲେ  ତାହା ଶୁଣି ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା।  ଏସବୁ ଭିତରେ ତାଙ୍କା ବାହାଘରର ଭିଡିଓ ଭାଇରାଲ୍‌ ହୋଇଛି। ଯାହାକୁ ସୋଶାଲ୍‌ ମିଡିଆରେ ଖୁବ୍‌ ଶେଆର କରାଯାଇଛି। ଏହି ଭିଡିଓରେ  ସହିଦ୍‌ ବିଭୂତି ପତ୍ନୀ ନିକିତାଙ୍କ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ମେଜର ବିଭୂତି ତାଙ୍କ ବାହାଘର ଦିନ ନିକିତାଙ୍କ ସହ ଡ୍ୟାନ୍ସ କରୁଥିଲେ। ସେଥିରେ ଦୁହେଁ ଖୁବ୍‌ ସୁନ୍ଦର ଲାଗୁଥିଲେ।

ଏହା ପୂର୍ବରୁ  ସହିଦ୍‌ ମେଜରଙ୍କ ଶେଷ ସମୟର ଏକ ଭିଡିଓ ଭାଇରାଲ୍‌ ହେଉଥିଲା ଯେଉଁଥିରେ ନିକିତା  ନିଜ ସ୍ୱାମୀଙ୍କୁ ଶେଷ ଥର ପାଇଁ ଦେଖିଥିଲେ।  ଶେଷ ଦର୍ଶନ ପାଇଁ ନିକିତା ଯେତେବେଳେ ମେଜର ବିଭୂତିଙ୍କ ପାର୍ଥିବ ଶରୀର ନିକଟରେ ପହଞ୍ଚିଥିଲେ, ସେତେବେଳେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ନିକିତା କେବଳ କଫିନ ମଧ୍ୟରେ ଚିରନିଦ୍ରାରେ ଦେଶ ପାଇଁ ବଳିଦାନ ଦେଇ ଶୋଇଯାଇଥିବା ମେଜର ବିଭୂତିଙ୍କୁ ଦେଖିଥିଲେ। ଆଉ କହିଥିଲେ…

ତୁମେ ମତେ ମିଛ କହିଲ କି ତୁମେ ମତେ ଭଲ ପାଅ ବୋଲି।  କିନ୍ତୁ ତୁମେ ଦେଶକୁ ଅଧିକ ଭଲ ପାଅ। ମୁଁ ଇର୍ସା କରୁଥିଲେ ବି କିଛି କରି ପାରିବିନି। ଆମେ ସମସ୍ତେ ତୁମକୁ ବହୁତ ଭଲ ପାଉଛୁ। ତୁମେ ଲୋକମାନଙ୍କ ପାଇଁ ସହିଦ୍‌ ହେଲ। ତୁମେ ଖୁବ୍‌ ବାହାଦୁର।ମୁଁ ଏଥିପାଇଁ ଗର୍ବ କରେ ଯେ, ତୁମେ ସବୁଠୁ ଭଲ ସ୍ୱାମୀ। ମୁଁ ତୁମକୁ ସବୁବେଳେ ଭଲ ପାଇବି ବିଭୂ। ମୋତେ ବହୁତ କଷ୍ଟ ଲାଗୁଛି ଯେ ତୁମେ ମୋ ପାଖରେ ନାହଁ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, କେହି ସହାନୁଭୂତି ନ ଦେଖେଇ ସାହସ ରଖନ୍ତୁ। ଏହି ବ୍ୟକ୍ତିଙ୍କୁ ସାଲ୍ୟୁଟ୍‌ କରନ୍ତୁ।’’

ଏମିତି କିଛି କହିବା ପରେ ନିକିତା ଦିବଙ୍ଗତ ସ୍ୱାମୀଙ୍କ ମୁଣ୍ଡକୁ ଆଉଁସି ଚୁମ୍ବନ ଦେଇ ‘ଆଇ ଲଭ ୟୁ’ କହିଥିଲେ। ଶେଷରେ ‘ଜୟ ହିନ୍ଦ୍‌’ କହି ତାଙ୍କୁ ସାଲ୍ୟୁଟ କରିଥିଲେ।

ଦିଲ୍ଲୀରେ ନିକିତାଙ୍କ ସାକ୍ଷାତ ମେଜର ବିଭୂତିଙ୍କ ସହ ପ୍ରଥମ ଦେଖା ହୋଇଥିଲା। ଦୁହେଁ ବନ୍ଧୁ ହୋଇଯାଇଥିଲେ।  କିଛି ଦିନରେ ଦୁହିଁଙ୍କ ବନ୍ଧୁତ୍ୱ ପ୍ରେମରେ ବଦଳି ଯାଇଥିଲା ପ୍ରେମର ୪ ବର୍ଷ ପରେ ଦୁହେଁ ବିବାହ କରି ନେଇଥିଲେ।

 

 



from Odisha Reporter https://ift.tt/2IxosII

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages