ଭାରତକୁ ପରମାଣୁ ବୋମା ଧମକ ଦେଲେ ପାକିସ୍ତାନ ସାମ୍ବାଦିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ଭାରତକୁ ପରମାଣୁ ବୋମା ଧମକ ଦେଲେ ପାକିସ୍ତାନ ସାମ୍ବାଦିକ

ନୂଆଦିଲ୍ଲୀ: ଭାରତ ଟମାଟୋ ରପ୍ତାନୀ ବନ୍ଦ କରିଦେବା କେବଳ ପାକିସ୍ତାନ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟି ନାହିଁ। ଦେଶର ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ପଦ ପଦବୀରେ ଥିବା ଲୋକଙ୍କ ଅକଲ ଗୁଡମ୍‌ କରିଦେଇଛି। ଏପରି ସ୍ଥିତିରେ ଯିଏ ଯାହା ପାଉଛି, ଭାରତ ବିରୋଧରେ କହି ପକାଉଛି। ପାକିସ୍ତାନର ଜଣେ ବରିଷ୍ଠ ସାମ୍ବାଦିକ ଭାରତର ଟମାଟୋ ରପ୍ତାନୀ ବନ୍ଦକୁ ନେଇ ପରମାଣ ବୋମା ପକାଇବା ଧମକ ଦେଇଛନ୍ତି। ତାଙ୍କର ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ବାରମ୍ବାର ତୋବା ତୋବା କହୁଥିବା ଦେଖିବାକୁ ମିଳୁଛି। ଏହାସହ ଭାରତ ଉପରେ ପରମାଣୁ ବୋମା ପକାଇବାକୁ ଧମକ ଦେଉଛନ୍ତି।

ଏହି ଭିଡିଓ ପୋଷ୍ଟ ହେବା ପରେ ଲୋକେ ତାଙ୍କୁ ଟ୍ରୋଲ୍‌ କରିବାରେ ଲାଗିଛନ୍ତି।

ସାମ୍ବାଦିକ ଜଣଙ୍କ ହେଉଛନ୍ତି ପାକିସ୍ତାନୀ ଟିଭି ଚ୍ୟାନେଲ୍‌ ‘ସିଟି-୪୨’ର କେସର ଖୋଖର। ଭିଡିଓରେ କେସର କହୁଛନ୍ତି, “ପାକିସ୍ତାନ ପରମାଣୁ ବୋମା ଡ୍ରଇଂ ରୁମ୍‌ରେ ସଜାଇବାକୁ ରଖିନାହିଁ। କେବଳ ଭାରତ ବିରୋଧରେ ବ୍ୟବହାର ପାଇଁ ଏହାକୁ ତିଆରି କରାଯାଇଛି। ପାକିସ୍ତାନୀ ମିସାଇଲ୍‌ କାମ କରିବ ଓ ମଟାମୋ ବଦଳରେ ଭାରତ ଉପରେ ପରମାଣୁ ବୋମା ପ୍ରୟୋଗ କରାଯିବ।”

ସେ ଆହୁରି କହିଛନ୍ତି, “ଭାରତ କ’ଣ ଭାବୁଛି, ଟମାଟୋ ବନ୍ଦ କରି ଦେଲେ ପାକିସ୍ତାନୀ ରହି ପାରିବେ ନାହିଁ। ଟମାଟ ବଦଳରେ ଆମେ ଦହି ବ୍ୟବହାର କରିବୁ। ଭାରତ ଆଜି ଯେମିତି ଜଳୁଛି ତାଙ୍କ ଟମାଟୋ ବି ସେମିତି ଜଳିବ। ଆଗାମୀ ଦିନରେ ଆମେ ନିଜେ ଟମାଟୋ ଉତ୍ପାଦନ କରିବୁ। ଏହି ଟମାଟୋକୁ ମୋଦି ଓ ରାହୁଲଙ୍କ ମୁହଁକୁ ମାରିବୁ।”



from Odisha Reporter https://ift.tt/2U6wkSS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages