‘ପିଠା’ ପୂର୍ବରୁ ଫୁଟିଲା ଗୁଳି, ବର୍ତ୍ତିଗଲେ ବ୍ଲକ ଅଧ୍ୟକ୍ଷ ଓ ବିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

‘ପିଠା’ ପୂର୍ବରୁ ଫୁଟିଲା ଗୁଳି, ବର୍ତ୍ତିଗଲେ ବ୍ଲକ ଅଧ୍ୟକ୍ଷ ଓ ବିଡିଓ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ଗ୍ରାମାଞ୍ଚଳର ଗରିବଙ୍କ ପାଖରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ପହଞ୍ଚାଇବା ପାଇଁ ଆୟୋଜନ କରାଯାଉଛି ‘ପିଠା’। ତେବେ ଏହା ଆୟୋଜିତ ହେବା ପୂର୍ବରୁ ଆଜି ଫୁଟିଛି ଗୁଳି। ସୌଭାଗ୍ୟବଶତଃ ଗୁଳି କାହା ଦେହରେ ବାଜି ନାହିଁ। ଗୁଳି ଯାଇ କାନ୍ଥରେ ବାଜିଛି। ଯାହାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅଫିସ୍‌ରେ ଭୟର ବାତାବରଣ ଖେଳି ଯାଇଛି।

ଡୁଙ୍ଗୁରିପାଲି ବ୍ଲକ ସ୍ଥିତ ରାଜୀବ ଭବନରେ ଆଜି ‘ପିଠା’ ପାଇଁ ଏକ ପ୍ରସ୍ତୁତି ବୈଠକ ଚାଲିଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷ ମକରଧ୍ୱଜ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବିଡିଓ, ସବୁ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ଯୋଗଦେଇଥିଲେ। ସଭା ଚାଲିଥିବା ବେଳେ ଦୁଇ ଜଣ ଯୁବକ ବାଇକ୍‌ ଆସି ଚେରୁପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁର୍ଯୋଧନ ମେହେରଙ୍କୁ ଡାକିଥିଲେ। ପରେ ତାଙ୍କ ସହିତ କୌଣସି କଥାକୁ ନେଇ ଯୁକ୍ତିତର୍କ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତି ଥିବା ସରପଞ୍ଚ ଓ ଇଓମାନେ ସେମାନଙ୍କୁ ବିରୋଧ କରିଥିଲେ।

ଏହା ପରେ ଯୁବକ ଦୁଇ ଜଣ ବାହାରକୁ ଆସି ବାଇକ୍‌ରେ ରଖିଥିବା ବନ୍ଧୁକରୁ ତିନି ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ। କିନ୍ତୁ ଗୁଳି କାହା ଦେହରେ ବାଜି ନଥିଲା। ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିଲେ ବ୍ଲକ ଅଧ୍ୟକ୍ଷ, ବିଡିଓଙ୍କ ସମେତ ଉପସ୍ଥିତ ଥିବା ସରପଞ୍ଚମାନେ। ଏହାକୁ ନେଇ ବ୍ଲକ ଅଫିସ୍‌ ପରିସରରେ ଭୟର ବାତାବରଣ ଖେଳି ଯାଇଥିଲା।

ଏହି ଘଟଣା ସମ୍ପର୍କରେ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ ପତ୍ତା ପାଇନାହିଁ। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ପରିଚୟ ଜଣାପଡ଼ି ନାହିଁ। ଚେରୁପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁର୍ଯୋଧନ ମଧ୍ୟ ଅଭିଯୁକ୍ତଙ୍କୁ ଚିହ୍ନିନଥିବା କହିଛନ୍ତି।



from Odisha Reporter http://bit.ly/2GliqJm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages