ପାଇଲଟ ଅଭିନନ୍ଦନଙ୍କର କିଛି କରିପାରିବନି ପାକିସ୍ତାନ, ଜାଣନ୍ତୁ କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

ପାଇଲଟ ଅଭିନନ୍ଦନଙ୍କର କିଛି କରିପାରିବନି ପାକିସ୍ତାନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ପାକିସ୍ତାନ ଯୁଦ୍ଧ ବିମାନ ଆଜି ଭାରତୀୟ ସୀମାରେ ପ୍ରବେଶ କରିବା ପରେ ଭାରତ ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଏଫ୍‌-୧୬ ଯୁଦ୍ଧ ବିମାନ ମଧ୍ୟ ଖସି ପଡ଼ିଥିଲା। ତେବେ ଏହି କାର୍ଯ୍ୟାନୁଷ୍ଠାନ ସମୟରେ ଭାରତର ମିଗ୍‌-୨୧ର ପାଇଲଟ ଅଭିନନ୍ଦନଙ୍କୁ ପାକିସ୍ତାନ ଗିରଫ କରି ନେଇଥିବା ଦାବି କରିଛି।

ଏବେ ପାକିସ୍ତାନ ତାଙ୍କ ସହ କ’ଣ କରିବ, ତା’କୁ ନେଇ ଦେଶବାସୀଙ୍କ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ତେବେ ପାକିସ୍ତାନ ଚାହିଁଲେ ମଧ୍ୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କର କିଛି କରିପାରିବ ନାହିଁ। କାରଣ ଯୁଦ୍ଧ ବନ୍ଦୀମାନଙ୍କ ପାଇଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ସ୍ୱତନ୍ତ୍ର ନିୟମ ରହିଛି।

ଭାରତ ଓ ପାକିସ୍ତାନ ମଧ୍ୟରେ ଅଘୋଷିତ ଯୁଦ୍ଧ ଚାଲିଥିବାରୁ ଇସ୍‌ଲାମାବାଦ ବନ୍ଦୀ କରିଥିବା ପାଲଟଙ୍କର କିଛି କରିପାରିବ ନାହିଁ। ଜେନେଭା ଚୁକ୍ତି ଅନୁସାରେ, ଯୁଦ୍ଧ ବନ୍ଦୀମାନଙ୍କୁ ସଂପୃକ୍ତ ଦେଶ ଡରାଇବା, ଧମକାଇବା କିମ୍ବା ଅପମାନିତ କରିପାରିବ ନାହିଁ। ସେହିପରି ତାଙ୍କୁ ନିର୍ଯାତନା ମଧ୍ୟ ଦେଇ ପାରିବ ନାହିଁ।

ଯୁଦ୍ଧ ବନ୍ଦୀଙ୍କୁ ନେଇ ସର୍ବସାଧାରଣରେ ଉତ୍ସବ କରିପାରିବ ନାହିଁ। ନିୟମ ଅନୁସାରେ, ଯୁଦ୍ଧ ବନ୍ଦୀମାନଙ୍କ ଉପରେ ମାମଲା ଆରମ୍ଭ କରାଯାଇ ପାରିବ କିମ୍ବା ଯୁଦ୍ଧ ପରେ ସେମାନଙ୍କୁ ନିଜ ଦେଶକୁ ପଠାଯାଇପାରିବାର ନିୟମ ରହିଛି। ଯୁଦ୍ଧ ବନ୍ଦୀମାନେ ଧରାପଡ଼ିବା ପରେ ସେମାନଙ୍କୁ ସେମାନଙ୍କର ନାଁ, ଚାକିରି ପାହ୍ୟା ଓ ସର୍ଭିସ ନମ୍ବର କହିବାର ନିୟମ ରହିଛି। ତେଣୁ ପାକିସ୍ତାନ ଜେନେଭା ଚୁକ୍ତି ଅନୁସାରେ ପାଇଲଟ ଅଭିନନ୍ଦନଙ୍କର କିଛି କରିପାରିବ ନାହିଁ।

୧୯୪୯ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏଭଳି ଜେନେଭା ଚୁକ୍ତି ହୋଇଥିଲା। ତେବେ ଏହାକୁ କିଛି ରାଷ୍ଟ୍ର ବାରମ୍ବାର ଉଲ୍ଲଙ୍ଘନ କରି ଚାଲିଛନ୍ତି।



from Odisha Reporter https://ift.tt/2NxTIWA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages