
ପୁରୀ(ଓଡ଼ିଶା ରିପୋର୍ଟର):ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ପୁରୀରେ ଏକ ସାଧାରଣ ସଭାରେ ଯୋଗଦେଇଛନ୍ତି। ପୁରୀ ତାଳବଣିଆରେ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧିବେଶନକୁ ଶ୍ରୀ ଶାହ ସମ୍ବୋଧନ କରି ବିଜେଡିକୁ ବିଭିନ୍ନ ପ୍ରସଙ୍ଗରେ ଜବାବ ମାଗିବା ସହ ନିଜର ଚିରାଚରିତ ଢଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଥିଲେ।
ଶ୍ରୀ ଶାହ କହିଥିଲେ ଜଣେ ଓଡ଼ିଆ ଭାଷା ବୁଝି ପାରୁଥିବା, କହି ପାରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ବାଛ। ସେହିପରି ନବୀନଙ୍କୁ ଜବାବ ମାଗି ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ କାହିଁକି ରୋକାଗଲା ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ଖାଲି ସେତିକି ନୁହେଁ, ନିଜର ପୁରୁଣା ସଂଳାପକୁ ଦୋହରାଇ କହିଥିଲେ “ବିଜେଡିକୁ ଓପାଡ଼ି ଫୋପାଡ଼ି ଦିଅ।”
ବିଜେଡି ଏକ ପୋଡ଼ା ଟ୍ରାନ୍ସଫର୍ମର ସଦୃଶ। ତାକୁ ବଦଳାଅ ବୋଲି କହିଥିଲେ ଶାହ। ସେହିପରି ବିଜେଡିକୁ କଂଗ୍ରେସର ବି ଟିମ୍ କହିଛନ୍ତି ଅମିତ। ଉଭୟ ଦଳ ଓଡ଼ିଶାରେ ଦୀର୍ଘ ସମୟ ଧରି ଶାସନ କରିଛନ୍ତି। ହେଲେ ଏମାନଙ୍କ ଶାସନ କାଳରେ ରାଜ୍ୟରୁ ଗରିବୀ ହଟିନି ବୋଲି ଶାହ ଉଲ୍ଲେଖ କରି ଏଥର ରାଜ୍ୟରେ ବିଜେପିକୁ ଶାସନ କ୍ଷମତା ଦେବାକୁ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ।
from Odisha Reporter http://bit.ly/2TxSRaY
No comments:
Post a Comment