୩ଟି ଦୁର୍ଘଟଣାରେ ଚାଲିଗଲା ୫ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 24, 2019

୩ଟି ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

ବାରିପଦା (ମାଣିକ ଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ ୩ଟି ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ୩ଟି ଗତରାତିରୁ ଆଜି ଭୋର ମଧ୍ୟରେ ଘଟିଛି।

ଗତରାତି ପ୍ରାୟ ୧୨ଟା ସମୟରେ ଦୋହିକୋଟୀ ଛକରେ ଦୁର୍ଘଟଣା ଘଟି ଏକ ପଲସର୍‌ ବାଇକ୍‌ରେ ବସିଥିବା ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବୈଶିଙ୍ଗା ଥାନା ଅନ୍ତର୍ଗତ ବରହମପୁର ଏବଂ ବିଶ୍ରାମପୁର ଅଞ୍ଚଳର ବିଶ୍ୱଜିତ୍ ପଣ୍ଡା, ବାଙ୍କୁ ପାତ୍ର ଏବଂ ସୁଧିର ଦାଶ। ସେମାନେ ସମସ୍ତେ ରୋଷେୟା ଭାବେ କାର୍ଯ୍ୟ କରନ୍ତି। ସେମାନେ ଏକ ବିବାହ ଭୋଜିରେ କାମ ସାରି ଫେରୁଥିବା ବେଳେ କୌଣସି ଅଜଣା ଗାଡି ଧକ୍କାରେ ପ୍ରାଣ ହରାଇଛନ୍ତି।

ସେହିପରି ଏକ ବାଇକ୍‌ ଡେଲିଭରୀ କରିବାକୁ ବାଲେଶ୍ୱର ଫୁଲାଡ଼ି ଅଞ୍ଚଳରୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ପ୍ରଭାତ ସେଣ୍ଡ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ପ୍ରଭାତଙ୍କ କହିବା ଅନୁସାରେ ସେମାନେ ଏକ ସ୍କୁଟିରେ ଫେରୁଥିବା ବେଳେ ସମ୍ମୁଖରୁ ଏକ ଟ୍ରକ୍‌ ଆସି ଧକ୍କା ଦେଇ ଚାଲି ଯାଇଥିଲା। ମୃତକଙ୍କ ପରିଚୟ ମିଳିପାରିନାହିଁ।

ବେତନଟୀ ଅଞ୍ଚଳର ତାରାକୋଛି ଛକରେ ଏକ ଦୁର୍ଘଟଣା ଘଟି ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଭୋରୁ ବାଇକ୍‌ ଆରୋହୀ ଜଣଙ୍କ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆସି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକ ଜଣଙ୍କ ହେଲେ ବାରିପଦା ବାଶ୍ୱସାରୀ ଅଞ୍ଚଳର ଅମୂଲ୍ୟ ବେହେରା।



from Odisha Reporter https://ift.tt/2NtOtap

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages