
ନୂଆଦିଲ୍ଲୀ:ଆଇପିଏସ୍ ଅଧିକାରୀ ଏମ୍ ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯିବା ସମ୍ପର୍କରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ବିବାଦୀୟ ମନ୍ତବ୍ୟ ଦେଇଥିବାନେଇ ସୁପ୍ରିମ୍କୋର୍ଟ ତାଙ୍କୁ ନୋଟିସ୍ ଜାରି କରିଛନ୍ତି। କେନ୍ଦ୍ର ସରକାର ଏବଂ ଆଟର୍ଣ୍ଣି ଜେନେରାଲଙ୍କ ଆବେଦନ ଆଧାରରେ ଏହି ନୋଟିସ୍ ପଠାଇଛନ୍ତି ସୁପ୍ରିମ୍କୋର୍ଟ। ଆସନ୍ତା ୩ ସପ୍ତାହରେ ତାଙ୍କୁ ଉତ୍ତର ରଖିବାକୁ ହେବ।
ଅରୁଣ ମିଶ୍ର ଏବଂ ନବୀନ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆହୁରି ମଧ୍ୟ କହିଥିଲେ ଯେ, କେହି ଆଇନଜୀବୀ ବା ଅନ୍ୟ କୌଣସି ବ୍ୟକ୍ତି ବିଚାରାଧୀନ ଥିବା ମାମଲା ବାବଦରେ ମତ ରଖିବା ବା କୋର୍ଟଙ୍କୁ ସମାଲୋଚନା ସାର୍ବଜନୀନ ମତକୁ ଏବଂ ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ।
ଆସନ୍ତା ମାର୍ଚ୍ଚ ୭ ତାରିଖ ଏହି ମାମଲାର ଆଗାମୀ ଶୁଣାଣି ତାରିଖ ଭାବରେ ନିର୍ଦ୍ଧାରିତ ହୋଇଛି ବୋଲି କହିବା ସହିତ ସୁପ୍ରିମ୍କୋର୍ଟ କହିଥିଲେ, ଏହି ପ୍ରସଙ୍ଗ ବାବଦରେ ଦୀର୍ଘକାଳୀନ ଶୁଣାଣିର ଆବଶ୍ୟକତା ରହିଛି।
ସୂଚନାଯୋଗ୍ୟ ଯେ ଭୂଷଣ ଟ୍ୱିଟ୍ କରି କହିଥିଲେ, କେକେ ଭେନୁଗୋପାଲ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ର ସରକାର ରାଓଙ୍କ ନିଯୁକ୍ତି ବାବଦରେ ଭୁଲ ତଥ୍ୟ ଦେଇ ବିପଥଗାମୀ କରୁଛନ୍ତି।
from Odisha Reporter http://bit.ly/2G9Kbo9
No comments:
Post a Comment