ବିଜେଡି ଖେଳ: ମିଳୁଛି ଲକ୍ଷ ଲକ୍ଷ ଟଙ୍କା, ତଥାପି ଦ୍ୱନ୍ଦ୍ୱରେ ପ୍ରାର୍ଥୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ବିଜେଡି ଖେଳ: ମିଳୁଛି ଲକ୍ଷ ଲକ୍ଷ ଟଙ୍କା, ତଥାପି ଦ୍ୱନ୍ଦ୍ୱରେ ପ୍ରାର୍ଥୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ଅଧିକ ସଂଖ୍ୟକ ସିଟ୍ ହାସଲ ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ଦିନରାତି ନୂଆ ନୂଆ ଷ୍ଟ୍ରାଟେଜୀ ପ୍ରସ୍ତୁତ କରିବାରେ ଲାଗିଥିଲେ ମଧ୍ୟ ଦଳର ନେତାମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ଦଳ ଆଗାମୀ ନିର୍ବାଚନରେ କେତୋଟି ଆସନରେ ନୂଆ ମୁହଁ ଦେବ ଓ କେଉଁମାନଙ୍କୁ ପୁଣିଥରେ ରିପିଟ୍ କରିବ ତା’ର ଟେର କେହି ପାଉନାହାନ୍ତି। ଏପର୍ଯ୍ୟନ୍ତ ବି ଦଳ ‘ଏମଏଲ୍ଏ ପ୍ରୋଟୋକଲ୍’ ଫର୍ମୂଲାକୁ ଆପଣାଇ ସାଂଗଠନିକ କାର୍ଯ୍ୟ ନିମନ୍ତେ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେବାରେ ଲାଗିଥିବାରୁ ଆଗାମୀ ନିର୍ବାଚନରେ କିଏ ଦଳୀୟ ପ୍ରାର୍ଥୀ ହେବ ତାକୁ ନେଇ ଏଭଳି ଅନିଶ୍ଚିତତା ଲାଗି ରହିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବିଜେଡି ଏବେ ନିଜ ସପକ୍ଷରେ ମାହୋଲ ପ୍ରସ୍ତୁତ କରିବା ପାଇଁ ପାଣିଭଳି ଅର୍ଥ ଖର୍ଚ୍ଚ କରୁଛି। ଜାନୁଆରୀ ମାସରେ ସମସ୍ତ ୧୪୭ଟି ବିଧାନସଭା ଆସନରେ ଜୋନ୍ ମିଟିଙ୍ଗ୍ ପାଇଁ ଦଳ ୧୨ରୁ ୧୫ଲକ୍ଷ ଟଙ୍କା ପ୍ରତ୍ୟେକ ଦଳୀୟ ଏମଏଏଲ୍ ଓ ପରାଜିତ ପ୍ରାର୍ଥୀଙ୍କୁ ଦେଇଥିବାବେଳେ ଫେବୃଆରୀ ମାସରେ ପଞ୍ଚାୟତଗୁଡ଼ିକରେ ସାଂଗଠନିକ କାର୍ଯ୍ୟ କରିବାକୁ ୧୦ଲକ୍ଷ ଟଙ୍କା ଦେଇଛି ବୋଲି ଜଣାପଡ଼ିଛି। ତା’ସହିତ ‘କାଳିଆ’ ଯୋଜନାରେ ଚାଷୀ ଓ ଯୁବ ସମାବେଶକୁ ଲୋକ ପଠାଇବା ନିମନ୍ତେ ମଧ୍ୟ ଦଳୀୟ ନେତାମାନଙ୍କୁ ମୋଟା ଅଙ୍କର ପାଣ୍ଠି ଦିଆଯାଉଛି। ଦଳ ଆଗାମୀ ବିଧାନସଭା ନିର୍ବାଚନରେ ଅତିକମରେ ୩୦ରୁ ୩୫ଜଣ ବିଧାୟକଙ୍କ ଟିକେଟ୍ କାଟିବା ଚକ୍କରରେ ରହିଥିବାକୁ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ସମସ୍ତ ଦଳୀୟ ବିଧାୟକଙ୍କୁ ଡାକି ପାଣ୍ଠି ଦେଉଥିବାରୁ ସମସ୍ତେ ନିଜ ନିଜର ଟିକେଟକୁ ନେଇ ଆଶାବାଦୀ ଅଛନ୍ତି।

ଅପରପକ୍ଷରେ ଏବେ ପ୍ରାୟ ୭୦ରୁ ୮୦ପ୍ରତିଶତ ବିଧାନସଭା ସିଟରେ ଦଳୀୟ ଟିକେଟ୍ ହାତେଇବା ପାଇଁ ଅତିକମରେ ୨-୩ ବା ତା’ଠାରୁ ଅଧିକ ସଂଖ୍ୟକ ଦାବିଦାର ରାଜନୀତିକ ମଇଦାନକୁ ଓହ୍ଲାଇ ସାରିଲେଣି। ସ୍ଥାନୀୟ ବିଧାୟକମାନଙ୍କ ପ୍ରତି ବଢ଼ୁଥିବା ଆକ୍ରୋଶ ଯୋଗୁ ଏସବୁ ଆଶାୟୀ ଦଳୀୟ ନେତାମାନଙ୍କୁ ଅସନ୍ତୁଷ୍ଟ କର୍ମୀମାନଙ୍କ ସମର୍ଥନ ମିଳିବାରେ ଲାଗିଛି। ଟିକେଟ୍ ପାଇଁ ବହୁ ସଂଖ୍ୟକ ସିଟରେ ଏକାଧିକ ଦଳୀୟ ଦାବିଦାର  ଓହ୍ଲାଇବା ଯୋଗୁ ନିର୍ବାଚନମଣ୍ଡଳୀଗୁଡ଼ିକରେ ଅସ୍ଥିରତା ସୃଷ୍ଟି ହେଲାଣି। ତଥାପି ଏହି ଅସ୍ଥିରତାକୁ ପ୍ରଶମିତ କରିବା ଦିଗରେ କୌଣସି ପଦକ୍ଷେପ ନନେଇ ବିଜେଡି ନେତୃତ୍ୱ ଏଭଳି ପାଣ୍ଠି ଅଜାଡ଼ି ଦେଉଥିବାରୁ କାହାର ଟିକେଟ କଟିବ ଓ କିଏ ରହିବ ତାକୁ ନେଇ ଅନିଶ୍ଚିତତା ବଢ଼ି ଚାଲିଛି। ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ଆଉ ଅତିବେଶିରେ ପ୍ରାୟ ଏକମାସ ବାକି ଥିବାବେଳେ ବିଜେଡି ନେତୃତ୍ୱଙ୍କ ଏଭଳି ଟଙ୍କା ଦେଇ ମୁହଁ ଚୁପ୍ ରଖିବାର ରଣନୀତି କେତେ ସଫଳ ହେଉଛି ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଲାଗି ରହିଛି।



from Odisha Reporter http://bit.ly/2N4S5Qc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages