
ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଯୋଗ କରୁଥିବା ବେଳେ ଟଳିପଡ଼ିଲେ ଜଣେ ବୃଦ୍ଧ। ଏମିତି ଘଟଣା ପାରଳାଖେମୁଣ୍ଡିରେ ଘଟିଛି। ମାତ୍ର ତାଙ୍କ ପରିଚୟ ଜଣାପଡ଼ିନାହିଁ।
ଆଜି ସକାଳେ ହାଇଟେକ୍ ପ୍ଲାଜା ପଡ଼ିଆରେ ଯୋଗ ଶିବିର ଚାଲିଥିଲା। ଏଥିରେ ଆଖପାଖ ଅଞ୍ଚଳର ପ୍ରାୟ ୧୩୦ରୁ ଅଧିକ ଲୋକ ସାମିଲ୍ ହୋଇ ଯୋଗ କରୁଥିଲେ। ଯୋଗ ଚାଲିଥିବା ସମୟରେ ହଠାତ୍ ଜଣେ ବୃଦ୍ଧ ଅସୁସ୍ଥ ହୋଇ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

from Odisha Reporter http://bit.ly/2N9lwAx
No comments:
Post a Comment