
ନାଗପୁର: ଇରାନୀ କପ୍ର ଦ୍ୱିତୀୟ ଦିନରେ ଫିଲ୍ଡ ଅମ୍ପାୟାର ସିକେ ନନ୍ଦନଙ୍କ ଏକ ଆଉଟ୍ ନିଷ୍ପତ୍ତିର ଭିଡିଓ ଭାଇରାଲ ହେବାରେ ଲାଗିଛି। ବିଦର୍ଭ କ୍ୟାପ୍ଟେନ୍ ଫଜି ଫଜଲଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ ଘୋଷଣା କରିବା ପାଇଁ ନନ୍ଦନ ଯଥେଷ୍ଟ ସମୟ ନେଇଥିଲେ। ଏପରି କି ଖେଳାଳିମାନେ ଅପିଲ କରି ନିରାଶ ହେବା ପରେ ହିଁ ଯାଇ ନନ୍ଦନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ ନିର୍ଦ୍ଦେଶ ଦେଇଛନ୍ତି।
ମ୍ୟାଚ୍ର ୨୧ ତମ ଓଭର୍ରେ ଏହି ଘଟଣା ଘଟିଥିଲା। କ୍ରିଷ୍ଣାନାପ୍ପା ଗୌତମଙ୍କ ଏକ ବଲ୍ଟି ଫଜଲଙ୍କ ବ୍ୟାଟ୍ର ଧାରରେ ବାଜି ୱିକେଟ୍ କିପର ଈଶାନ କିଷନଙ୍କ ଗ୍ଲୋବ୍ସରେ ପଡ଼ିଥିଲା। ଏହାକୁ ନେଇ ଅବଶିଷ୍ଟ ଭାରତର ସମସ୍ତଙ୍କ ଖେଳାଳି ଏକ ସ୍ୱରରେ ଅପିଲ କରିଥିଲେ।
ତେବେ ନନ୍ଦନ କୌଣସି ନିଷ୍ପତ୍ତି ନ ନେଇ କେବଳ ଭାବିବା ଆରମ୍ଭ କରିଥିଲେ। ଅପିଲ କରି ନିରାଶ ହେବା ପରେ ଖେଳାଳିମାନେ ନିଜ ନିଜ ସ୍ଥାନକୁ ଫେରିଥିଲେ। ତେବେ ଏହି ସମୟରେ ନନ୍ଦନ ଆଙ୍ଗୁଠି ଉଠାଇ ଫଜଲଙ୍କୁ ଆଉଟ୍ ବୋଲି ଘୋଷଣା କରିଥିଲେ।
ଏହି ଘଟଣାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଦେଖନ୍ତୁ ଭିଡିଓ
— Dhoni Fan (@WastingBalls) February 13, 2019
from Odisha Reporter http://bit.ly/2BB3Bhs
No comments:
Post a Comment