ଲୋକସଭା ନିର୍ବାଚନ ଲଢ଼ିବେନି ରଜନୀକାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ଲୋକସଭା ନିର୍ବାଚନ ଲଢ଼ିବେନି ରଜନୀକାନ୍ତ

rajanikant

ନୂଆଦିଲ୍ଲୀ: ଅଭିନେତାରୁ ରାଜନେତା ହୋଇଥିବା ରଜନୀକାନ୍ତ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। ରବିବାର ସେ ଏ କଥା ଘୋଷଣା କରିଛନ୍ତି।

ଆଜି ଜାରି କରିଥିବା ଏକ ବୟାନରେ ରଜନୀକାନ୍ତ ସ୍ପଷ୍ଟ ଭାବେ କହିଛନ୍ତି,“ମୁଁ କାହାକୁ ସମର୍ଥନ କରୁ ନାହିଁ। କୌଣସି ଦଳ ମୋ ଫଟୋ ଅବା ମୋ ସଂଗଠନର ଚିହ୍ନ ବ୍ୟବହାର କରିବା ଉଚିତ୍ ନୁହେଁ।”

ସେ କହିଛନ୍ତି,“ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୋ ଦଳ କୌଣସି ଦଳକୁ ସମର୍ଥନ କରୁ ନାହିଁ। ତେଣୁ କେହି ମୋ ଫଟୋ ଅବା ମୋ ସଂଗଠନର ପତାକା ବ୍ୟବହାର କରିବା ଉଚିତ୍ ନୁହେଁ। ସେହିପରି କୌଣସି ଦଳ ପ୍ରଚାର ପାଇଁ ରଜନୀ ଫ୍ୟାନ୍ କ୍ଲବ୍‌କୁ ବ୍ୟବହାର କରିବା ଉଚିତ୍ ନୁହେଁ।”

ରଜନୀକାନ୍ତ ତାଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଯେଉଁ ଦଳ ପାଣି ସମସ୍ୟାର ସମାଧାନ କରିପାରିବ, ସେହି ଦଳକୁ କେନ୍ଦ୍ରରେ କ୍ଷମତାକୁ ଆଣ।

୨୦୧୭ ମସିହା ଡିସେମ୍ବର ୩୧ ତାରିଖରେ ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିଥିଲେ। ସେହିଦିନଠାରୁ ସେ କେଉଁ ଦଳ ସହିତ ମେଣ୍ଟ କରିବେ, ସେ ନେଇ ଚର୍ଚ୍ଚା ହୋଇ ଆସୁଥିଲା। ତେବେ ଆଜି ସେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି।



from Odisha Reporter http://bit.ly/2DWP9B9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages