ଧରା ପଡ଼ିଲେ ଧୂର୍ତ୍ତ ପ୍ରେମିକ, ଫୋନ୍‌ ଛାଡ଼ି ଯାଇଥିଲେ ଫସିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ଧରା ପଡ଼ିଲେ ଧୂର୍ତ୍ତ ପ୍ରେମିକ, ଫୋନ୍‌ ଛାଡ଼ି ଯାଇଥିଲେ ଫସିଗଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଭ, ସେକ୍ସ ଆଉ ତା’ପରେ ଲୁଟ୍। ଜଣେ ନୁହେଁ କି ଦୁଇଜଣ ନୁହେଁ, ଏକାଧିକ ମହିଳା ଓ ଯୁବତୀଙ୍କୁ ଧୋକା ଦେଇଥିଲେ ପ୍ରେମିକ ପ୍ରବର। ତାଙ୍କୁ ଭୁବନେଶ୍ୱର କମିଶନରେଟ୍‌ ପୁଲିସ ଆଜି ଗିରଫ କରିଛି।

ଅଭିଯୁକ୍ତ ପ୍ରିୟରଞ୍ଜନ ନାୟକର ଘର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ। ସେ ନିଜକୁ କେତେବେଳେ ଡାକ୍ତର ତ ଆଉ କେତେବେଳେ ଓଏଏସ୍‌ ଅଫିସର ଓ ସରକାରୀ କର୍ମଚାରୀ କହି ଧନୀ ଘରର ଝିଅ ଏବଂ ମହିଳାଙ୍କୁ ଫସାଉଥିଲା। ପରେ ସେମାନଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖି ସେମାନଙ୍କ ଟଙ୍କାରେ ଅୟସ୍ କରୁଥିଲା। ଏନେଇ ଜଣାପଡ଼ିବା ପରେ ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ ପୀଡ଼ିତା। ତିନିଜଣ ମହିଳା ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହାୟତାରେ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି।

କେମିତି ଫସାଉଥିଲା ଅଭିଯୁକ୍ତ

ପୁଲିସର ସୂଚନା ଅନୁସାରେ ଅଭିଯୁକ୍ତଙ୍କ ପାଖକୁ ଏକାଧିକ ଝିଅଙ୍କ ଫୋନ୍‌ କଲ ଆସୁଥିଲା। ଦିନେ ସେ ଜଣେ ପ୍ରେମିକାଙ୍କ ଘରେ ଫୋନ୍‌ ଛାଡ଼ି ବାହାରକୁ ଯାଇଥିବା ବେଳେ ଅନ୍ୟ ଜଣେ ପ୍ରେମିକା ଫୋନ୍‌ କରିଥିଲେ। ଏହି ସମୟରେ ସମ୍ପୃକ୍ତ ପ୍ରେମିକା ତାଙ୍କ ସହ କଥା ହୋଇଥିଲେ ଏବଂ କିଭଳି ପ୍ରେମିକ ବାବୁ ତାଙ୍କୁ ଧୋକା ଦେଇଥିଲା, ସେକଥା ଫୋନରେ ଜଣାଇଥିଲେ। ଯାହା ଧୋକାବାଜ୍ ପ୍ରେମିକର ପୁରା ଚାଲକୁ ପଦାରେ ପକାଇ ଦେଇଥିଲା।

ସେପଟେ ଅଭିଯୋଗକୁ ପ୍ରେମିକ ପ୍ରିୟ ରଂଜନ ଖଣ୍ଡନ କରିଛନ୍ତି। ତାଙ୍କୁ ଫସାଇଦିଆଯାଇଥିବା ସେ କହିଛନ୍ତି।



from Odisha Reporter http://bit.ly/2WLc4rJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages