ବୁଧବାର ପ୍ରଥମ ଟି-୨୦: ଇତିହାସ ରଚିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ବୁଧବାର ପ୍ରଥମ ଟି-୨୦: ଇତିହାସ ରଚିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ୱେଲିଙ୍ଗଟନ୍‌: ନ୍ୟୁଜିଲ୍ୟାଣ୍ଡକୁ ଦୀର୍ଘ ୧୦ ବର୍ଷ ପରେ ତା’ ଘରୋଇ ମାଟିରେ ମାତ୍ ଦେଇ ଦିନିକିଆ ସିରିଜ୍‌ ଜିତିଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ଟି-୨୦ ସିରିଜ୍‌ ପାଇଁ ମଇଦାନକୁ ଓହ୍ଲାଇବ। ଆସନ୍ତାକାଲି ୱେଲିଙ୍ଗଟନ୍‌ର ୱେଷ୍ଟପାକ୍‌ ଷ୍ଟାଡିୟମ୍‌ରେ ଭାରତୀୟ ସମୟ ଦିନ ୧୨ଟାରେ ମ୍ୟାଚ୍‌ ଆରମ୍ଭ ହେବ।

ନିୟମିତ ଅଧିନାୟକ ବିରାଟ୍‌ କୋହଲିଙ୍କ ଅନୁପସ୍ଥିତିରେ ଶେଷ ଦୁଇଟି ଦିନିକିଆ ପରି ରୋହିତ ଶର୍ମା ଟିମ୍‌ ଇଣ୍ଡିଆର ନେତୃତ୍ୱ ନେବେ। ଆଜି ଯାଏ ଟିମ୍‌ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ତା’ ଘରୋଇ ମାଟିରେ କୌଣସି ବି ଟି-୨୦ ମ୍ୟାଚରେ ହରାଇ ନାହିଁ।

ତେଣୁ ଆସନ୍ତାକାଲି ମ୍ୟାଚ୍‌ ଜିତି ରୋହିତ ସେନା ଇତିହାସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିବ।

ଆସନ୍ତାକାଲି ଟିମ୍‌ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ କରିବ। କାରଣ ଦିନିକିଆ ତୁଳନାରେ ଟି-୨୦ରେ ନ୍ୟୁଜିଲ୍ୟାଣ୍ଡ ଭାରତ ପାଇଁ ବେଶ ଚ୍ୟାଲେଞ୍ଜ ସୃଷ୍ଟି କରିବ। ଆସନ୍ତାକାଲି ମ୍ୟାଚ୍‌ରେ ଯୁବ ତାରକା ରିଷଭ ପନ୍ତଙ୍କୁ ସୁଯୋଗ ମିଳିବ।

ସେହିପରି ଦୀନେଶ କାର୍ତ୍ତିକ ଅନେକ ସମୟରେ ଟିମ୍‌ ଇଣ୍ଡିଆକୁ ଟି-୨୦ରେ ଜିତାଇ ଥିବାରୁ ଆସନ୍ତାକାଲି ସେ ଖେଳିବା ନିଶ୍ଚିତ। ତେବେ ୩ ନଂରେ କିଏ ବ୍ୟାଟିଂ କରିବ, ତାକୁ ନେଇ ଟିମ୍‌ ଇଣ୍ଡିଆରେ ସାମାନ୍ୟ ଦ୍ୱନ୍ଦ୍ୱ ଉପୁଜିପାରେ। କାରଣ ନଂ୩ ରେ ପୂର୍ବରୁ ବିରାଟ୍‌ କୋହଲି ବ୍ୟାଟିଂ କରୁଥିଲେ। ସେ ନଥିଲେ କେଏଲ ରାହୁଲ ସେହି ସ୍ଥାନ ନେଉଥିଲେ। ହେଲେ ଉଭୟ ସ୍କ୍ୱାଡ୍‌ରେ ନାହାନ୍ତି।

ତେଣୁ ସେହି ସ୍ଥାନରେ ସମ୍ଭବତଃ ଶୁଭମନ ଗିଲଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇପାରେ। ନଚେତ ରିଷଭ ପନ୍ତ ୩ ନଂରେ ବ୍ୟାଟିଂ କରିବେ।

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପନ୍ତ ୩ନଂରେ ବ୍ୟାଟିଂ କରିବାର ଅଭିଜ୍ଞତା ରଖିଛନ୍ତି। ସେହିପରି ବୋଲିଂ ବାହିନୀରେ ମହମ୍ମଦ ଶାମି ନାହାନ୍ତି। ତେଣୁ ଭୁବନେଶ୍ୱର କୁମାର ଏକମାତ୍ର ଅଭିଜ୍ଞ ଖେଳାଳି। ତାଙ୍କ ସହ ଖଲୀଲ ଅହମ୍ମଦଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବ।

ଅନ୍ୟତମ ଦ୍ରୁତ ବୋଲର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ମଙ୍ଗ ସମ୍ଭାଳିବେ। ସ୍ପିନ୍‌ ବାହିନୀର ଦାୟିତ୍ୱ ଚହଲ ଓ କୁଲଦୀପଙ୍କ ଉପରେ ରହିବ। ଉଭୟଙ୍କୁ ସହଯୋଗ କରିବାକୁ କେଦାର ଯାଦବ ରହିଛନ୍ତି।

ଅନ୍ୟପକ୍ଷରେ ଦିନିକିଆ ସିରିଜ୍‌ ହାରିଥିବାରୁ ଘରୋଇ ଟିମ୍‌ ଟି-୨୦ରେ ଏହାର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ତେବେ ଦଳ ପାଖରେ ବିସ୍ଫୋରକ ମାର୍ଟିନ ଗପ୍ଟିଲ୍‌ ନଥିବାରୁ, ଦଳ ନିଶ୍ଚିତ ଚାପରେ ରହିବ। ଗପ୍ଟିଲଙ୍କ ବଦଳରେ କଲିନ୍ ମନରୋ ଓ ହେନେରୀ ନିକୋଲସ ଓପନ କରିବାର ସମ୍ଭାବନା ରହିଛି। ବୋଲିଂ ବାହିନୀରେ ଟ୍ରେଣ୍ଟ ବୋଲ୍ଟ ନଥିବାରୁ ଏହାର ଫାଇଦା ଟିମ୍‌ ଇଣ୍ଡିଆ ଉଠାଇବାକୁ ଚେଷ୍ଟା କରିବ।

ଟିମ୍‌ ଇଣ୍ଡିଆ: ରୋହିତ ଶର୍ମା(ଅଧିନାୟକ), ଶିଖର ଧୱନ, ରିଷଭ ପନ୍ତ, ଦୀନେଶ କାର୍ତ୍ତିକ, କେଦାର ଯାଦବ, ଏମ୍‌ଏସ୍‌ ଧୋନି(ୱି),କୃନାଲ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦର ଚହଲ, ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କୌଲ, ଖଲୀଲ ଅହମ୍ମଦ, ଶୁଭମନ ଗିଲ, ବିଜୟ ଶଙ୍କର ଓ ମହମ୍ମଦ ସିରାଜ।

ନ୍ୟୁଜିଲ୍ୟାଣ୍ଡ ଟିମ୍‌: କେନ୍‌ ୱିଲିମସନ(ଅଧିନାୟକ),ଡଗ୍‌ ବ୍ରେସୱେଲ,କଲିନ ଡି ଗ୍ରାଣ୍ଡହୋମ,ଲୁକି ଫରଗୁସନ,ସ୍କଟ କୁଙ୍ଗିଲେଜିନ, କଲିନ୍‌ ମନରୋ,ଡି ମିଚେଲ, ମିଚେଲ ସାଣ୍ଟନର,ଟିମ୍‌ ସେଫର୍ଟ,ଈଶ ଶୋଢ଼ି,ଟିମ ସାଉଦି, ରସ ଟେଲର, ବାଲାଇର ଟିକନେଟ ଓ ଜିମ୍ମି ନୀଶମ।



from Odisha Reporter http://bit.ly/2RBrFGp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages