ଆଉ ଏକ ରିଆଲିଟି ଶୋ’ରେ ଆସୁଛନ୍ତି ଭାରତୀ, ଯାହାକୁ ପ୍ରଡ୍ୟୁସ୍‌ କରୁଛନ୍ତି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ଆଉ ଏକ ରିଆଲିଟି ଶୋ’ରେ ଆସୁଛନ୍ତି ଭାରତୀ, ଯାହାକୁ ପ୍ରଡ୍ୟୁସ୍‌ କରୁଛନ୍ତି…

varti1

ମୁମ୍ବାଇ(ଓଡ଼ିଶା ରିପୋର୍ଟର): କମେଡି କୁଇନ୍‌ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବଚିୟା ‘ନଚ୍‌ ବଲିୟେ’ ପରେ ପୁଣି ଆଉ ଏକ ରିଆଲିଟି ଶୋ’ରେ ଏକାଠି ନଜର ଆସୁଛନ୍ତି। ଦୁହିଁଙ୍କୁ ଷ୍ଟଣ୍ଟ ବେସ୍ ଶୋ’ ‘ଖତରୋଁ କୀ ଖିଲାଡୀ-୯’ରେ ଏବେ ଦେଖିବାକୁ ମିଳୁଛି।

ତେବେ ଭାରତୀ ସିଂ ଏବେ ପର୍ଯ୍ୟନ୍ତ ଶୋ’ରେ ତିଷ୍ଟି ରହିଥିବାବେଳେ ହର୍ଷ କିନ୍ତୁ ଏଲିମିନେଟ୍ ହୋଇଯାଇଛନ୍ତି।ଶୋ’ରେ ହର୍ଷ ଓ ଭାରତୀଙ୍କର ମଜାଦାର କେମେଷ୍ଟ୍ରୀ ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନର ଖୋରାକ୍ ଦେଇଛି।  ଏବେ ଖବର ଆସୁଛି ଯେ, ଦୁହେଁ ଏହି ଶୋ’ ପରେ ଆଉ ଏକ ରିଆଲିଟି ଶୋ’ରେ ଏକାଠି ନଜର ଆସିବେ।

ରିପୋର୍ଟ ମୁତାବକ, ଶୋ’ର ନାଁ ରହିଛି ‘ଖତରା, ଖତରା, ଖତରା’। ଏହି ରିଆଲିଟି ଶୋ’ରେ ଷ୍ଟଣ୍ଟ ରହିବ। ଏହି ପ୍ରୋଜେକ୍ଟରେ ହର୍ଷ ଲିମ୍ବଚିୟା କ୍ରିଏଟିଭ୍‌ ପ୍ରଡ୍ୟୁସର ଭାବେ କାମ କରିବେ। ଶୋ’କୁ ଭାରତୀ ସିଂହ ହୋଷ୍ଟ୍‌ କରିବେ। ତାଙ୍କ ସହ ଆଦିତ୍ୟ ନାରାୟଣ, ବିକାଶ ଗୁପ୍ତା, ଜସ୍ମିନ୍‌ ଭସିନ୍‌ ଓ ହର୍ଷ ଉପସ୍ଥାପନ କରିବେ। ତେବେ ‘ଖତରୋଁ କି ଖିଲାଡୀ-୯’ ଟିମ୍‌ର ପ୍ରତିଯୋଗୀ ଏହି ଶୋ’ ପାଇଁ ପୁଣି ଏକାଠି ଆସୁଛନ୍ତି।

ଶୋ’ର ବିଷୟରେ ହର୍ଷ କହିଛନ୍ତି ଯେ, ‘ମୋର ଓ ଭାରତୀଙ୍କ ପାଖରେ GEC ଶୋ’ କରିବାକୁ ଅନେକ ଆଇଡିଆ ଅଛି। ଏହି ରିଆଲିଇଟି ଶୋ’ରେ ମଜାଳିଆ ଢଙ୍ଗରେ ଷ୍ଟଣ୍ଟ କରାଯିବ। ଯାହାର ଶୁଟିଂ ମୁମ୍ବାଇ, ଦିଲ୍ଲୀ, ଓ ଆଗ୍ରାରେ ହେବ।’

ସୂଚନାଯୋଗ୍ୟ ଯେ, ‘ଖତରୋଁ କି ଖିଲାଡୀ’ରେ ଭାରତୀଙ୍କ ଯାତ୍ରା ଏବେବି ଜାରି ରହିଛି। ଭାରତୀ ଶୋ’ର ଅନେକ ଖତରନାକ୍‌ ଷ୍ଟଣ୍ଟ୍‌ କରିବା ସହ କମେଡି ତଡକା ବି ଲଗେଇଛନ୍ତି। ଗତ ଏପିସୋଡରେ ଭାରତୀ ଷ୍ଟଣ୍ଟ୍‌ କରିବା ସମୟରେ ଆସ୍ତମାର ଶିକାର ହୋଇଥିଲେ। ତେଣୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖୁବ୍‌ ଅଧିକ ଖରାପ ହୋଇଯାଇଥିଲା। ଯାହା ଫଳରେ ତାଙ୍କୁ ଅକ୍ସିଜେନ୍‌ ମାସ୍କ ଲଗାଯାଇଥିଲା। ଖତରୋଁକି ଖିଲାଡ଼ୀ ଛଡ଼ା ଭାରତୀ ଏବେ କପିଲ୍‌ ଶର୍ମାଙ୍କ କମେଡି ଶୋ’ରେ ବି ନଜର ଆସୁଛନ୍ତି। ‘କତ୍‌ରୋଁକି ଖିଲାଡ଼ୀ’ ସବୁ ଶୋ’କୁ ପଛରେ ପକାଇ ଟିଆର୍‌ପି ରେଟିଂରେ ଏବେ ଟପ୍‌ରେ ରହିଛି।



from Odisha Reporter https://ift.tt/2tvGfpc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages