ଟଙ୍କା ପାଇଁ ଟେନ୍‌ସନ୍‌ରେ ପଡ଼ିବେ, ଦେଶର ଅଧା ଏଟିଏମ୍‌ରେ ଝୁଲିବ ତାଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

ଟଙ୍କା ପାଇଁ ଟେନ୍‌ସନ୍‌ରେ ପଡ଼ିବେ, ଦେଶର ଅଧା ଏଟିଏମ୍‌ରେ ଝୁଲିବ ତାଲା

ନୂଆଦିଲ୍ଲୀ:ଏଣିକି ଏଟିଏମ୍‌ରୁ ଟଙ୍କା ଉଠାଇବା ଆପଣଙ୍କ ପାଇଁ କଷ୍ଟକର ହୋଇପାରେ। କାରଣ ଛତୁଫୁଟିଲା ଭଳି ଖୋଲିଥିବା ଏଟିଏମ୍‌ରୁ ଅଧିକାଂଶ ବନ୍ଦ ହେବାକୁ ଯାଉଛି। ଫଳରେ ଆପଣଙ୍କୁ ହାତପାଆନ୍ତାରେ ଏହି ସୁବିଧା ମିଳିନପାରେ। କାରଣ ଚଳିତ ମାର୍ଚ୍ଚମାସରେ  ଦେଶରେ ଥିବା ୨.୩୮ ଲକ୍ଷ ଏଟିଏମ୍‌ରୁ ଅର୍ଦ୍ଧାଧିକ ବନ୍ଦ ହେବାକୁ ଯାଉଛି। ଏଟିଏମ୍ ଶିଳ୍ପ ମହାସଂଘ ‘ସିଏଟିଏମ୍‌ଆଇ’ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି। ଏଟିଏମ୍‌ ପରିଚାଳନା ତଥା ସପ୍ଟଓୟାର ଓ ହାର୍ଡଓୟାର୍‌ ଅପ୍‌ଡେଟ୍ ଓ ନୂତନ ନିୟମ ଅନୁଯାୟୀ କ୍ୟାସେଟ୍‌ ସ୍ୱାପ୍‌ଏକ ବ୍ୟୟବହୁଳ ବ୍ୟାପାର ହୋଇଥିବାରୁ ଆର୍ଥିକ କ୍ଷତି ଭରଣା ହୋଇପାରୁନି।

ଫଳରେ ଏଟିଏମ୍‌ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ତେବେ ଏତେ ସଂଖ୍ୟକ ଏଟିଏମ୍‌ ବନ୍ଦ ହେଲେ ନିଯୁକ୍ତ ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି। ବହୁ ସଂଖ୍ୟକ ଏଟିଏମ୍‌ ବନ୍ଦ ହେଲେ ଅନେକ ଚାକିରି ହରାଇପାରନ୍ତି।

ଚଳିତ ମାର୍ଚ୍ଚ ସୁଦ୍ଧା ଦେଶରେ ୧.୧୩ ଲକ୍ଷ ଏଟିଏମ୍ ବନ୍ଦ ହୋଇପାରେ। କେବଳ ଏଟିଏମରେ କ୍ୟାସେଟ୍‌ ସ୍ୱାପ୍‌ ପାଇଁ ସେମାନଙ୍କ ଖର୍ଚ୍ଚ ୩୦୦୦ କୋଟି ଟଙ୍କା ବଢ଼ିଯାଇଛି ବୋଲି ସଂଘ ପକ୍ଷରୁ କୁହାଯାଛି। ହ୍ୱାଇଟ ଲେବଲ ଏଟିଏମ୍‌ ଅପରେଟସଙ୍କୁ ପୂର୍ବରୁ କ୍ଷତି ସହୁଥିବାବେଳେ କମ୍ପାନୀ ଆଉ ଅତିରିକ୍ତ ବୋଝ ଉଠାଇପାରିବ ନାହିଁ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଏଟିଏମ୍‌ ପରିଚାଳନାରେ ଯେଉଁ କ୍ଷତି ହେଉଛି ଯଦି ଏହାକୁ ବ୍ୟାଙ୍କଗୁଡ଼ିକ ଭରଣା କରନ୍ତି ତେବେ ପରିସ୍ଥିତିରେ କିଛି ପରିବର୍ତ୍ତନ ଆସିପାରେ ବୋଲି ସିଏଟିଏମ୍‌ଆଇ ପକ୍ଷରୁ କୁହାଯାଇଛି।

 



from Odisha Reporter http://bit.ly/2DWpIAU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages