
ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆଜି ରାତି ପ୍ରାୟ ୧୦.୧୭ରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହା ତୀବ୍ରତା ୫.୬ ରହିଥିବା ଜଣାପଡ଼ିଛି। ଜମ୍ମୁ-କଶ୍ମୀର ସମେତ ଉତ୍ତର ଭାରତରେ ମଧ୍ୟ ଏହି ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି।
କଶ୍ମୀରର ଉତ୍ତର ପଶ୍ଚିମ ଦିଗରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡ଼ିଛି। ଭୂକମ୍ପଟି ଭୂପୃଷ୍ଠରୁ ୪୦ କିମି ଗଭୀରରେ ରହିଥିଲା। ଏହି ଅଞ୍ଚଳଟି ଶ୍ରୀନଗରଠାରୁ ୧୧୮ କିମି ଦୂରରେ ରହିଛି। ଭୂକମ୍ପର ପ୍ରଭାବ ପ୍ରାୟ କିଛି ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା।
ଶେଷ ଖବର ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ତେବେ ଭୂକମ୍ପ ଝଟ୍କା ପରେ ଲୋକମାନେ ଭୟରେ ଘର ବାହାରକୁ ଚାଲି ଆସିଥିଲେ।ଖୋଲା ସ୍ଥାନରେ ସେମାନେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।
ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ହିମାଚଳ ପ୍ରଦେଶର ଚାମ୍ବା ଓ ମାଣ୍ଡି ଜିଲ୍ଲାରେ ମଧ୍ୟ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଏଥିରେ ମଧ୍ୟ କ୍ଷତିକ୍ଷତିର ରିପୋର୍ଟ ମିଳିନାହିଁ।
from Odisha Reporter http://bit.ly/2RDWNoE
No comments:
Post a Comment