
ମୋହନା (ମିହିର ଜତି): ଗଜପତି ଜିଲ୍ଲା ଅନ୍ତରବା କନ୍ୟାଶ୍ରମରୁ ୨୯ ଛାତ୍ରୀ ନିଖୋଜ ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୁଲିସ। ନିଖୋଜ ଛାତ୍ରୀଙ୍କୁ ଅଟକ ରଖିବା ଅଭିଯୋଗରେ ଅଡ଼ବା ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।
ଗତ ୨୬ ତାରିଖରେ ଛାତ୍ରୀମାନେ ହଷ୍ଟେଲରୁ ନିଖୋଜ ହେବା ପରେ ଟାଙ୍କିଲିପଦର ଗାଁ ନିକଟରେ ଥିବା ଏକ କୁଡ଼ିଆରେ ସେମାନଙ୍କୁ ଆଶ୍ରୟ ଦେବା ସହ ଏହି ୫ଜଣ ଅଟକ ରଖିଥିଲେ ବୋଲି ପୁଲିସ କହିଛି।
୨୭ ତାରିଖରେ ଜଣେ ଛାତ୍ରୀଙ୍କ ମୋବାଇଲ୍ ଫୋନକୁ ଟ୍ରାକ୍ କରି ପୁଲିସ କୁଡିଆରୁ ସମସ୍ତ ଛାତ୍ରୀଙ୍କୁ ଉଦ୍ଧାର କରିଥିଲା।
from Odisha Reporter http://bit.ly/2WGbz1K
No comments:
Post a Comment