ପ୍ରାର୍ଥୀ ଚୟନକୁ ନେଇ ଚାଲିଛି ଛକାପଞ୍ଝା, ମୂଲଚାଲ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ପ୍ରାର୍ଥୀ ଚୟନକୁ ନେଇ ଚାଲିଛି ଛକାପଞ୍ଝା, ମୂଲଚାଲ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ନିର୍ବାଚନରେ ବିଜେଡିରେ କିଏ କେଉଁଠୁ ପ୍ରାର୍ଥୀ ହେବ ତାକୁ ନେଇ କୁଆଡ଼େ ପାୱାର କରିଡରର ସଦସ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏକାଧିକ ତାଲିକା ପ୍ରସ୍ତୁତ କରି ପାୱାର କରିଡରର ଦୁଇଟି ପ୍ରଭାବଶାଳୀ ଗୋଷ୍ଠୀ କୁଆଡ଼େ ନେତାମାନଙ୍କ ସହ ବାର୍ଗେନିଂ କରୁଥିବା ଚର୍ଚ୍ଚା। ବିଭିନ୍ନ ସର୍ଭେ ରିପୋର୍ଟକୁ ଆଧାର କରି ବିଜେଡି ଏବେ ପ୍ରାର୍ଥୀ ଚୟନ କାର୍ଯ୍ୟ କରୁଛି। ଆଉ ଏହି ଚୟନ ଦାୟିତ୍ୱ କୁଆଡ଼େ କୌଣସି ଅଭିଜ୍ଞ ରାଜନୀତିଜ୍ଞଙ୍କୁ ଦିଆଯାଇନି। ସରକାରୀ ଚାକିରିରୁ ଅବସର ନେଇ ବିଜେଡିର ଗୋଟିଏ ଶାଖାର ମୁଖିଆ ହୋଇଥିବା ଜଣେ ବାବୁ ଓ ଜଣେ ରାଷ୍ଟ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କୁଆଡ଼େ ବିଭିନ୍ନ ସର୍ଭେ ରିପୋର୍ଟକୁ ଆଧାର କରି ଏକ ତାଲିକା ପ୍ରସ୍ତୁତ କରୁଛନ୍ତି। ଆଉ ସେହି ପ୍ରାର୍ଥୀ ତାଲିକାକୁ ଜଣେ ପ୍ରଭାବଶାଳୀ ଯୁବନେତାଙ୍କୁ ଧରାଇ ଦିଆଯାଇଛି, ଯାହାକୁ ଧରି ସିଏ କୁଆଡ଼େ ଏବେ ମୂଲଚାଲ୍ କରିବା ଆରମ୍ଭ କରିଦେଇଛନ୍ତି। ଅବଶ୍ୟ ଏହି ଯୁବନେତାଙ୍କ ଘରେ ରାତି ପାହିଲେ ସମ୍ପୃକ୍ତ ରାଷ୍ଟ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନସରପସର ହେଉଥିବା ଦେଖିବାକୁ ମିଳିଛି।

ଏପଟେ କ୍ଷମତାକେନ୍ଦ୍ର ନିଜର ଅଧସ୍ତନ ଓଏସଡି (ଖାସ୍ ଅଫିସର)ଙ୍କ ମାଧ୍ୟମରେ କୁଆଡ଼େ ଗୁଇନ୍ଦା ଇନପୁଟ୍ ଓ ଜିଲ୍ଲା ପ୍ରଶାସନଠୁ ମିଳିଥିବା ରିପୋର୍ଟକୁ ଆଧାର କରି ଅନ୍ୟ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଆଉ ସେହି ତାଲିକା ଆଧାରରେ ଏବେ ପ୍ରକୃତ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦିଆଯାଉଛି। ସେପଟେ ତୃତୀୟ ମହଲାରେ ଅବାଧ ପ୍ରବେଶ ଥିବା ସେହି ପ୍ରଭାବଶାଳୀ ଯୁବନେତାଜଣକ ଯେଉଁ ଡମ୍ମି ତାଲିକା ଧରିଛନ୍ତି ତାକୁ ନେଇ ସିଏ କୁଆଡ଼େ ଏବେ ଆଶାୟୀଙ୍କ ସହ ମୂଲଚାଲ ଆରମ୍ଭ କରିଛନ୍ତି। କାରଣ ସିଏ କୁଆଡ଼େ ଏବେ ନିଜକୁ ‘ସୁପର ସିଏମ’ କହି ବୁଲୁଥିବା ତଥା କ୍ଷମତାକେନ୍ଦ୍ର ତାଙ୍କ କଥାରେ ଉଠବସ୍ ହେଉଛନ୍ତି ବୋଲି କୁଆଡ଼େ କିଛି ବିଜେଡି ନେତାଙ୍କ ମାଧ୍ୟମରେ ପ୍ରଚାର କରାଉଛନ୍ତି। ଆଉ କ୍ଷମତାକେନ୍ଦ୍ରଙ୍କ ସହ ଥିବା ନିଜର ସମ୍ପର୍କ ଆଧାରରେ ସିଏ କୁଆଡ଼େ ଯେଉଁ ପ୍ରାର୍ଥୀ ତାଲିକା ଧରି ବୁଲୁଛନ୍ତି ତାହା ହିଁ ଚୂଡ଼ାନ୍ତ ବୋଲି ସନ୍ଦେଶ ଦେଉଛନ୍ତି।

ଶୁଣିବା କଥା ହେଉଛି, ଏହି ଯୁବ ନେତାଜଣକ ଏବେ ଅଧିକାଂଶ ଟିକେଟ୍ ଆଶାୟୀଙ୍କୁ ପ୍ରତିଶ୍ରୁତି ଦେଇ ସେମାନଙ୍କର ମୂଲଚାଲ କରୁଥିବାର ଖବର ପାଇବା ପରେ କ୍ଷମତାକେନ୍ଦ୍ର କୁଆଡ଼େ ଅତ୍ୟନ୍ତ ଚତୁରତାର ସହ ନିଜ ଅଫିସ୍ ମାଧ୍ୟମରେ ସମାନ୍ତରାଳ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛନ୍ତି। ଆଉ ସେହି ତାଲିକା ଆଧାରରେ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ସହ ଯୋଗାଯୋଗ କରାଯାଉଛି। ଯେଉଁ ନେତାମାନଙ୍କୁ ପ୍ରାର୍ଥୀ ହେବା ପାଇଁ ସବୁଜ ସଙ୍କେତ ଦିଆଯାଉଛି ସେମାନଙ୍କୁ ଏ ସମ୍ପର୍କରେ କାହାରିକୁ ନଜଣାଇବାକୁ କୁଆଡ଼େ ତାଗିଦ୍ କରାଯାଉଛି। ଆଉ ଏସବୁ ସମ୍ପର୍କରେ ଟେର ପାଇନଥିବା ଆତ୍ମଘୋଷିତ ‘ସୁପର ସିଏମ୍ ’ କୁଆଡ଼େ ନିଜେ ଧରିଥିବା ତାଲିକା ଆଧାରରେ ପ୍ରାର୍ଥୀ ଚୟନ କରିବାରେ ଲାଗିଛନ୍ତି। ନିଜର ସମ୍ପର୍କୀୟଙ୍କଠୁ ଆରମ୍ଭ କରି ଅନ୍ୟ କିଛି ବର୍ଗର ଲୋକଙ୍କୁ ବିଜେଡି ଟିକେଟ୍ ଦେବା ପାଇଁ କୁଆଡ଼େ ବଡ଼ ଧରଣର ମୂଲଚାଲ୍ ବି କରୁଛନ୍ତି। କିନ୍ତୁ ଏହି ଯୁବନେତାଙ୍କ ଏଭଳି କାର୍ଯ୍ୟ ସମ୍ପର୍କରେ ଅନ୍ୟ କିଛି ନେତା ଅଭିଯୋଗ କରିବା ପରେ କ୍ଷମତାକେନ୍ଦ୍ର କୁଆଡ଼େ ଏଭଳି ସମାନ୍ତରାଳ ପ୍ରାର୍ଥୀ ତାଲିକାର ଚାଲ୍ ଖେଳିଥିବା ଚର୍ଚ୍ଚା।



from Odisha Reporter http://bit.ly/2V0zJmb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages