
ଇସଲାମାବାଦ୍: ଆତଙ୍କୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ବଡ଼ ବଡ଼ ଆତଙ୍କବାଦୀଙ୍କ ସୁରକ୍ଷା କବଚ ପାଲଟିଥିବା ନେଇ ବାରମ୍ବାର ପ୍ରମାଣିତ ହୋଇଆସୁଥିଲେ ମଧ୍ୟ ପ୍ରମାଣର ବାହାନା ଦେଖାଇ ଖସିଯାଉଥିଲା ଏହି ଦେଶ। କିନ୍ତୁ ପ୍ରଥମ ଥର ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସି ମାନିଛନ୍ତି ଯେ ଜୈଶ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ପାକିସ୍ତାନରେ ଅଛି।
ସେ କହିଛନ୍ତି, “ମୋତେ ମିଳିଥିବା ସୂଚନା ଅନୁଯାୟୀ, ସେ ଭାରି ଅସୁସ୍ଥ ଅଛି। ସେ ଏତେ ଅସୁସ୍ଥ ଅଛି ଯେ, ଏପରିକି ଘରୁ ବାହାରି ପାରୁନାହିଁ।”
ସେ ସେହି ସମୟରେ ଏଭଳି ଉତ୍ତର ରଖିଛନ୍ତି ଯେତବେଳେ ଆତଙ୍କବାଦ ବିରୋଧରେ ସମଗ୍ର ବିଶ୍ୱରୁ ପାକିସ୍ତାନ ଉପରେ ଚାପ ପଡ଼ୁଛି। ମାସୁଦ ପାଇଁ ପାକିସ୍ତାନ ନିଜକୁ ଢାଲ ପରି ବ୍ୟବହାର କରୁଥିବାରୁ ଭାରତ ଏବଂ ଆମେରିକା ବର୍ଷ ବର୍ଷ ଧରି ଏହାକୁ ବିରୋଧ କରିଆସୁଛନ୍ତି।
୪୦ ଜଣ ସିଆରିପଏଫ୍ ଯବାନଙ୍କ ଜୀବନ ନେଇଥିବା ପୁଲ୍ୱାମା ଆକ୍ରମଣଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ବିଭିନ୍ନ ଆକ୍ରମଣ ଘଟାଇଥିବା ଜୈଶ ଏବଂ ଏହାର ମୁଖ୍ୟକୁ ଜାତିସଂଘର ଗ୍ଲୋବାଲ ଟେରରିଷ୍ଟ ମାନ୍ୟତା ଦେବାକୁବେଶ କିଛି ରାଷ୍ଟ୍ର ପ୍ରୟାସ କରିଆସୁଥିଲେ ମଧ୍ୟ ଚୀନ ଭାରତର ବାଟ ଓଗାଳି ଆସୁଛି।
ଏପରିକି ମାସୁଦ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ବାବଦରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ କ୍ୟୁରେସି କହିଛନ୍ତି, କୋର୍ଟରେ ଉପସ୍ଥାପନ କରାଯିବାଭଳି ପ୍ରମାଣ ଦେଲେ ଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।
from Odisha Reporter https://ift.tt/2IF4onE
No comments:
Post a Comment