‘ଜୈଶ-ଇ-ମହମ୍ମଦ’କୁ ପୁଣି ଝଟକା: ଟଳିଲେ ଆଉ ଦୁଇ ଆତଙ୍କବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

‘ଜୈଶ-ଇ-ମହମ୍ମଦ’କୁ ପୁଣି ଝଟକା: ଟଳିଲେ ଆଉ ଦୁଇ ଆତଙ୍କବାଦୀ

army

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ‘ଜୈଶ-ଇ-ମହମ୍ମଦ’କୁ ପୁଣି ଲାଗିଛି ବଡ଼ ଝଟକା। ଗତକାଲି ଭାରତୀୟ ବାୟୁସେନା ପାକିସ୍ତାନରେ ପଶି ବାଲାକୋଟରେ ଥିବା ଏହି ସଂଗଠନର ସବୁଠୁ ବଡ଼ ଟ୍ରେନିଂ କ୍ୟାମ୍ପ ଉପରେ ହମ୍‌ଲା କରିଥିବା ବେଳେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ଏହାର ଆଉ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।

ଆଜି ସକାଳେ ଜମ୍ମୁ ଓ କଶ୍ମୀରର ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ସହ ହୋଇଥିବା ଗୁଳିବିନିମୟ ବେଳେ ଏହି ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ।

ଶୋପିଆନ୍‌ର ମୀମେନ୍ଦର ଅଞ୍ଚଳରେ ଜୈଶ୍‌ର ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ସର୍ଚ୍ଚ ଅପେରସନ୍ ବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଲକ୍ଷ୍ୟ କରି ଗୁଳି କରିଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ନିୟନ୍ତ୍ରଣ ରେଖା (ଏଲ୍‌ଓସି)ଠାରୁ ୮୦ କିଲୋମିଟର ଦୂରରେ ପାକିସ୍ତାନର ବାଲାକୋଟ୍‌ରେ ଥିବା ଜୈଶ-ଇ-ମହମ୍ମଦର ସବୁଠୁ ବଡ଼ କ୍ୟାମ୍ପରେ ଗତକାଲି ଭୋର ସାଢ଼େ ୩ଟା ବେଳେ ଭାରତୀୟ ବାୟୁସେନା ପକ୍ଷରୁ ଆକ୍ରମଣ କରାଯାଇ ପ୍ରବଳ ବୋମାମାଡ଼ କରାଯାଇଥିଲା। ଏଥିରେ ଟ୍ରେନିଂ କ୍ୟାମ୍ପଟି ପୂରା ଧ୍ୱଂସ ହୋଇଯାଇଛି। ‘ଜୈଶ-ଇ-ମହମ୍ମଦ’ର ମୁଖ୍ୟ ମାସୁଦ ଆଝାରର ଶଳା ସମେତ ୩୦୦ରୁ ଅଧିକ ଆତଙ୍କବାଦୀ ଏଥିରେ ନିହତ ହୋଇଥିବା କୁହାଯାଉଛି।

ଫେବୃଆରୀ ୧୪ ତାରିଖରେ ଜମ୍ମୁ ଓ କଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ସିଆର୍‌ପିଏଫ୍‌ର ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ଘଟଣା ପାଇଁ ‘ଜୈଶ-ଇ-ମହମ୍ମଦ’ ନିଜକୁ ଦାୟୀ କରିଥିଲା। ଏହାର ପ୍ରତିଶୋଧ ନେବା ଗତକାଲି ବାୟୁସେନା ପକ୍ଷରୁ ଆକ୍ରମଣ କରାଯାଇଥିଲା।



from Odisha Reporter https://ift.tt/2C51rHx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages