ମିଳିଲାନି ଆଡମିଟ୍‌ କାର୍ଡ: ମ୍ୟାଟ୍ରିକ୍‌ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ମିଳିଲାନି ଆଡମିଟ୍‌ କାର୍ଡ: ମ୍ୟାଟ୍ରିକ୍‌ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ର

10th

ପୁରୀ(ମଧୁସୂଦନ ମିଶ୍ର): ଆଜିଠାରୁ ସାରା ରାଜ୍ୟରେ ମ୍ୟାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେଉଛି। ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନେ ଉତ୍ସାହିତ ଅଛନ୍ତି। ହେଲେ ଆଡମିଟ୍ କାର୍ଡ ନପାଇ ଜଣେ ପରୀକ୍ଷାର୍ଥୀ ମ୍ୟାଟ୍ରିକ୍‌ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା କଣାସ ବ୍ଲକ୍‌ରୁ। ସାନଗୋବିନ୍ଦପୁର ଗାଁର ଜ୍ଞାନେନ୍ଦ୍ର ପାଟ୍ଟଶାଣୀ ଫର୍ମଫିଲପ୍ କରିଥିଲେ ମଧ୍ୟ ତାଙ୍କୁ ଆଡମିଟ୍ କାର୍ଡ ମିଳି ନଥିବାରୁ ସେ ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି।

ଜ୍ଞାନେନ୍ଦ୍ର ଫର୍ମଫିଲପ୍ ପାଇଁ ସମସ୍ତ ପ୍ରମାଣପତ୍ର ଓ ୪୫୦ ଟଙ୍କା ହାଇସ୍କୁଲ ପ୍ରଧାନଶିକ୍ଷକଙ୍କୁ ଦେଇଥିଲେ। ଏହା ପରେ ବି ତାଙ୍କୁ ଆଡମିଟ୍ କାର୍ଡ ମିଳିନାହିଁ।  ଏନେଇ ସେ ପ୍ରଥମେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଏବଂ ପରେ ଜିଲ୍ଲାପାଳଙ୍କୁ ଭେଟିଥିଲେ ମଧ୍ୟ କିଛି ଲାଭ ହୋଇନଥିଲା।

ଜ୍ଞାନେନ୍ଦ୍ର ଅଭିଯୋଗ କରିଛନ୍ତି, “ଆଡମିଟ୍‌ କାର୍ଡ ନମିଳିବା ସମ୍ପର୍କରେ ପ୍ରଧାନଶିକ୍ଷକଙ୍କୁ ପଚାରିଲି। ହେଲେ ସେ ଏବେ ବହୁଛନ୍ତି, ମୋତେ କିଛି ଡକ୍ୟୁମେଣ୍ଟ ଦେଇନାହୁଁ। ୪୫୦ ଟଙ୍କା ଦେଥିଲି, ତାହାର ରସିଦ ଦେଇ ନଥିଲେ। ଏବେ ଟଙ୍କା ବି ଫେରାଇନାହାନ୍ତି। ସମସ୍ତ ପ୍ରମାଣପତ୍ର ନେଇ ଡିଇଓଙ୍କୁ ଦେଖା କରିବାକୁ ଯାଇଥିଲି, ହେଲେ ସେ ମୋ ଆବେଦନପତ୍ରକୁ ଦେଖିଲେବି ନାହିଁ। ଏପରିକି ସେ ମୋ ସହ ଖରାପ ବ୍ୟବହାର ମଧ୍ୟ କଲେ। ପରେ ଜିଲ୍ଲାପାଳଙ୍କୁ ଭେଟିଥିଲି। ହେଲେ ଚଳିତବର୍ଷ ଆଉ ପରୀକ୍ଷା ଦେଇ ହେବ ନାହିଁ ବୋଲି କହିଲେ। ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ ପାରିବେ ବୋଲି ଜିଲ୍ଲାପାଳ କହୁଛନ୍ତି।”

ପ୍ରଧାନଶିକ୍ଷକଙ୍କ ଅବହେଳାରୁ ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହେଲି। ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜ୍ଞାନେନ୍ଦ୍ର ଦାବି କରିଛନ୍ତି।

ଡିଇଓ କହିଛନ୍ତି, “ସେ ଏକ୍ସ ରେଗୁଲାରରେ ଫର୍ମଫିଲପ୍‌ କରିଥିବା କହୁଛି। ଏ ସମ୍ପର୍କରେ ପ୍ରଧାନଶିକ୍ଷକଙ୍କୁ ପଚରାଯିବାରେ ସେ (ଜ୍ଞାନେନ୍ଦ୍ର) ଫର୍ମଫିଲପ୍‌ କରି ନଥିବା କହିଛନ୍ତି। କେଉଁଠି କ’ଣ ଭୁଲ ରହିଛି, ଯାହା ବର୍ତ୍ତମାନ ଜଣାପଡ଼ିନି। ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ଆମେ ତାକୁ ପରାମର୍ଶ ଦେଇଛୁ।”



from Odisha Reporter https://ift.tt/2V5F8Iy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages