
ନୂଆଦିଲ୍ଲୀ: ଭାରତର ଯୁବ ରେସଲର ତଥା ଫୋଗତ ଭଗିନୀଙ୍କ ମଧ୍ୟରୁ ସବୁଠାରୁ କନିଷ୍ଠ ରିତୁ ରେସଲିଂରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବଦଳରେ ସେ ମିକ୍ସ ମାର୍ଶାଲ ଆର୍ଟ (ଏମ୍ଏମ୍ଏ)ରେ ପାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରିତୁଙ୍କୁ ପିତା ତଥା ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ମହାବୀର ଫୋଗତ ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଶ୍ୱ ଅଣ୍ଡର-୨୩ ରେସଲିଂ ଚାମ୍ପିଅନଶିପର ରୌପ୍ୟ ପଦକ ବିଜେତା ରିତୁ ଏମଏମଏରେ ସିଙ୍ଗାପୁର ଇଭାଲ୍ବ ଫାଇଟ୍ ଟିମ୍ ସହ ଯୋଗ ଦେଇଛନ୍ତି। ସେଠାରେ ସେ ବିଶ୍ୱ ଚାମ୍ପିଅନ୍ ଖେଳାଳିଙ୍କ ତତ୍ତ୍ୱାବଧାନରେ ଅଭ୍ୟାସ କରୁଛନ୍ତି ବୋଲି ମହାବୀର ଫୋଗତ କହିଛନ୍ତି। ରିତୁ କହିଛନ୍ତି, ମୁଁ ନିଜ ନୂଆ କ୍ୟାରିୟରକୁ ନେଇ ବହୁତ ଉତ୍ସାହିତ ଏବଂ ଏମଏମଏରେ ବିଶ୍ୱ ଚାମ୍ପିଅନ୍ ହେବାକୁ ଚାହେଁ। ପ୍ରଥମ ଭାରତୀୟ ଭାବେ ମିକ୍ସ ମାର୍ଶାଲ ଆର୍ଟରେ ବିଶ୍ୱ ଚାମ୍ପିଅନ୍ ହେବା ମୋର ସ୍ୱପ୍ନ। ଆରମ୍ଭରୁ ହିଁ ମୁଁ କିଛି ଅଲଗା କରିବାକୁ ଚାହୁଁଥିଲି ଏବଂ ଏହି କାରଣରୁ ମୁଁ ମିକ୍ସ ମାର୍ଶାଲ ଆର୍ଟରେ ପାଦ ଦେବାକୁ ନିଷ୍ପତ୍ତି ନେଇଛି ବୋଲି ରିତୁ କହିଛନ୍ତି।
from Odisha Reporter https://ift.tt/2U8uFMp
No comments:
Post a Comment