ଗ୍ୟାରେଣ୍ଟି କାର୍ଡ ପରେ ଏବେ ପରାମର୍ଶ ଲୋଡ଼ୁଛିି କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

ଗ୍ୟାରେଣ୍ଟି କାର୍ଡ ପରେ ଏବେ ପରାମର୍ଶ ଲୋଡ଼ୁଛିି କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ଏବେ ସୁଚିନ୍ତିତ ରଣନୀତି ଆଧାରରେ ଲୋକଙ୍କ ନିକଟତର ହେବା ପାଇଁ ଜୋରଦାର ପ୍ରୟାସ କରିବାରେ ଲାଗିଛି। ଗ୍ୟାରେଣ୍ଟି କାର୍ଡ ବଣ୍ଟନ କରି ଲୋକଙ୍କୁ ଲିଖିତ ପ୍ରତିଶ୍ରୁତି ଦେଉଥିବା କଂଗ୍ରେସ ନିଜର ନିର୍ବାଚନୀ ଇସ୍ତାହାରରେ କେଉଁ ସବୁ ପ୍ରସଙ୍ଗକୁ ସାମିଲ କରିବ ସେ ନେଇ ଜନମତ ସଂଗ୍ରହ ଆରମ୍ଭ କରିଛି।

ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପିସିସି ଇସ୍ତାହାର କମିଟି ମୁଖ୍ୟ ଗଣେଶ୍ୱର ବେହେରା, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଓ ଛତିଶଗଡ଼ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଟିଏସ୍ ସିଂହଦେଓ ଆଜି ଜଗତସିଂହପୁର ଜିଲ୍ଲା ଗସ୍ତ କରି ସବୁ ବର୍ଗର ଲୋକଙ୍କଠୁ ମତାମତ ସଂଗ୍ରହ କରିଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ଲୋକଙ୍କ ପାଇଁ କ’ଣ କରିବା ଆବଶ୍ୟକ ସେନେଇ ଦଳର ନେତାମାନେ ଲୋକଙ୍କଠୁ ପରାମର୍ଶ ଲୋଡ଼ିଛନ୍ତି।

ଜଗତସିଂହପୁରର ମାର୍କଣ୍ଡପୁର ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଭେଟି ସେମାନଙ୍କ ପାଇଁ ସରକାର କ’ଣ କରିବା ଉଚିତ୍ ତାହା ପଚାରି ବୁଝିଛନ୍ତି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମହିଳାମାନଙ୍କ ଦକ୍ଷତାକୁ ପରଖି ସେମାନଙ୍କୁ ଉପଯୁକ୍ତ ସୁଯୋଗ ଦେବା ଉଚିତ୍।

ସେହିପରି ଜଗତସିଂହପୁରର ଖେରସଠାରେ ଶିକ୍ଷକ ସଂଘର ପ୍ରତିନିଧିମାନଙ୍କ ସହ ବୈଠକ କରି ସେମାନଙ୍କର ଦାବିକୁ ସମର୍ଥନ କରିବା ସହ କଂଗ୍ରେସ କ୍ଷମତାକୁ ଆସିଲେ ତାହା ପୂରଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଅପାରଗ ରାଜ୍ୟ ସରକାର ମୂକ-ବଧୀର ହୋଇ କ୍ରମାଗତ ଭାବେ ଶିକ୍ଷକଙ୍କ ଦାବିକୁ ଅଣଦେଖା କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ସେହିପରି ଜଗତସିଂହପୁରରେ ଅଟୋ ଡ୍ରାଇଭର ସଂଘ, ଡାକ୍ତର ଓ ନର୍ସ ସଂଘ, ଆଶା କର୍ମୀ, ଚାଷୀ, ଛାତ୍ରଛାତ୍ରୀ, ବୁଣାକାର, ଆଦିବାସୀ, ଓକିଲ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି କଂଗ୍ରେସ ସେମାନଙ୍କର ପରାମର୍ଶକୁ ଇସ୍ତାହାର କମିଟିରେ ସାମିଲ କରିବ ବୋଲି ପ୍ରତିଶ୍ରୁତି ଦେଇଛି।

କଂଗ୍ରେସ ନିଜର ଇସ୍ତାହାରକୁ ଏଥର ‘ଲୋକଙ୍କ ଇସ୍ତାହାର’ କରିବାକୁ ଚାହୁଁଛି। ତେଣୁ ଯେଉଁ ପରାମର୍ଶରେ ଲୋକଙ୍କ ମଙ୍ଗଳ ହୋଇପାରିବ ଓ ରାଜ୍ୟ ସ୍ୱାର୍ଥ ଏବଂ ବିକାଶ ସମ୍ଭବପର ହେବ ତାକୁ କଂଗ୍ରେସ ନିଜର ଇସ୍ତାହାରରେ ସାମିଲ କରିବ ବୋଲି ଦଳର ନେତାମାନେ କହିଛନ୍ତି। ଜଗତସିଂହପୁରର ଖେରସ ଗାଁରେ ଆଦିବାସୀ ବର୍ଗର ଲୋକମାନଙ୍କ ସହ ଆଲୋଚନାବେଳେ ଉଭୟ ବିଜେଡି ଓ ବିଜେପି ସରକାର ଆଦିବାସୀଙ୍କ ବିକାଶ ଦିଗରେ ବିଫଳ ହୋଇଥିବା କଂଗ୍ରେସ ନେତାମାନେ କହିଛନ୍ତି। ଆଦିବାସୀମାନଙ୍କ ବିକାଶକୁ କଂଗ୍ରେସ ସର୍ବଦା ପ୍ରାଥମିକତା ଦେଇଆସିଛି ଓ ଆଗକୁ ମଧ୍ୟ ଜାରି ରଖିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।



from Odisha Reporter http://bit.ly/2BtQYVJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages