ଅମିତ୍‌ ଶାହଙ୍କୁ କାଉଣ୍ଟର ଆଟାକ୍‌ କଲେ ନବୀନ ଓ ନିରଞ୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

ଅମିତ୍‌ ଶାହଙ୍କୁ କାଉଣ୍ଟର ଆଟାକ୍‌ କଲେ ନବୀନ ଓ ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଅମିତ୍‌ ଶାହଙ୍କୁ କାଉଣ୍ଟର ଆଟାକ୍‌ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପୁରୀଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମନ୍ତବ୍ୟର ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

କହିଛନ୍ତି ସିଏ ନିଜେ ‘ଏ’ ଟିମ୍, ବିଜେଡି ‘ବି’ ଟିମ୍। ଆମକୁ କ’ଣ କହୁଛନ୍ତି। ଗତ ସାଢ଼େ ୪ ବର୍ଷରେ କେଉଁ ପ୍ରସଙ୍ଗରେ ବିଜେଡି ବିଜେପିକୁ ବିରୋଧ କରିଛି କି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ। ଜିଏସ୍ଟି, ରାଫେଲ, ବିମୁଦ୍ରାକରଣ ପ୍ରସଙ୍ଗରେ ବିଜେଡି ବିରୋଧ କରିନି। ତେଣୁ ସେମାନେ ଭାଇ ହେଲେନି, ଆମେ କିଭଳି ଭାଇ ହୋଇଗଲୁ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି।

ନିର୍ବାଚନ ପାଖେଇ ଆସିଥିବାରୁ ହତାଶ ହୋଇ ସେ ଏଭଳି କହୁଛନ୍ତି ବୋଲି ନିରଞ୍ଜନ କହିଛନ୍ତି। ସୂଚନା ଅନୁଯାୟୀ, ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୁରୀ ତାଳବଣିଆରେ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧିବେଶନରେ ରାଜ୍ୟସରକାରଙ୍କୁ ଆକ୍ରମଣ କରିଥିବା ବେଳେ ବିଜେଡିକୁ କଂଗ୍ରେସର ବି ଟିମ୍  ବୋଲି କହିଥିଲେ। ଏହାର ଜବାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଆମେ ସମଦୂରତାରେ ଅଛୁ ଏବଂ ଆମେ ଆମର ‘ଏ’ ଟିମ୍ ବୋଲି ନବୀନ କହିଥିଲେ।



from Odisha Reporter http://bit.ly/2Gn6fur

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages