ଅଭିନବ ଉପାୟରେ ଆଣୁଥିଲେ ସୁନା, ଧରା ପଡ଼ିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ଅଭିନବ ଉପାୟରେ ଆଣୁଥିଲେ ସୁନା, ଧରା ପଡ଼ିଗଲେ

gold

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି। ବ୍ୟାଙ୍କକରୁ କୋଲକାତା ଆସୁଥିବା ଜଣେ ଯାତ୍ରୀଙ୍କଠାରୁ କଷ୍ଟମ ବିଭାଗ ୨୮୩ ଗ୍ରାମ ସୁନା ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ।

ଭୁବନେଶ୍ୱର ବିମାନ ବନ୍ଦରରୁ ବାରମ୍ବାର ସୁନା ଜବତ ହେଉଛି। ପ୍ରାୟ ପ୍ରତିଥର ନୂଆ ନୂଆ ଉପାୟରେ ସୁନା ଆଣୁଥିବା ଦେଖିବାକୁ ମିଳୁଛି। ଏଥର ଯାତ୍ରୀ ଜଣଙ୍କ ତାଙ୍କ ପୋଷାକର ବୋତାମରେ ସୁନା ଆଣୁଥିବା ବେଳେ ଧରା ପଡ଼ିଛନ୍ତି।

ଯାତ୍ରୀ ଜଣଙ୍କ ସୁନାକୁ ରିଙ୍ଗ ଭଳି କରି, ଏଥିରେ ରୁପା କୋଟେଡ କରିଥିଲେ। ଏହାପରେ ଉକ୍ତ ରିଙ୍ଗକୁ ବୋତାମରେ ଗୁଡାଇ ଆଣୁଥିଲେ। କୌଣସି ସୂତ୍ରରୁ ଖବର ପାଇ କଷ୍ଟମ ବିଭାଗ ଏହାକୁ ଜବତ କରିଛି।

ସୂଚନାଯୋଗ୍ୟ,  ଗତ ୨୦ ତାରିଖରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଜଣେ ମହିଳାଙ୍କ ପାଖରୁ ପ୍ରାୟ ୧ କେଜି ଓଜନର ସୁନା ଜବତ କରାଯାଇଥିଲା। ଚୋରା ଚାଲାଣ ବେଳେ ରାଜସ୍ୱ ବିଭାଗର ଗୁଇନ୍ଦା ଅଧିକାରୀ ଏହାକୁ ଜବତ କରିଥିଲେ। ମହିଳା ଜଣଙ୍କ ତାଙ୍କ ବ୍ୟାଗରେ ୮ଟି ସୁନା ବିସ୍କୁଟ ରଖି ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ। ଜବତ ସୁନା ୯୫୯ ଗ୍ରାମ୍‌ର ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩୩ ଲକ୍ଷ ଟଙ୍କା ହେବ ବୋଲି ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଥିଲା।

 



from Odisha Reporter https://ift.tt/2NjVXwQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages