ଇଣ୍ଟରନେଟ୍‌ରେ ପୁଣି ଝଡ଼ ସୃଷ୍ଟି କଲା ବିରୁଷ୍କାଙ୍କ ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 2, 2019

ଇଣ୍ଟରନେଟ୍‌ରେ ପୁଣି ଝଡ଼ ସୃଷ୍ଟି କଲା ବିରୁଷ୍କାଙ୍କ ଫଟୋ

virat-kohli-posts-adorable-image-with-anushka-sharma

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ଫଟୋକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ। ସେ କ୍ରିକେଟ୍‌ ହେଉ ଅବା ବ୍ୟକ୍ତିଗତ ଜୀବନ। ବିରାଟଙ୍କ ଫଟୋ ଇଣ୍ଟରନେଟ୍‌ରେ ଏକ ପ୍ରକାର ଝଡ଼ ସୃଷ୍ଟି କରେ। ନିକଟରେ ମଧ୍ୟ ପୁଣି ଏମିତି କିଛି ହୋଇଛି।
ଅଭିନେତ୍ରୀ-ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ବିରାଟ ଏକ ଫଟୋ ସେୟାର କରିଛନ୍ତି। ଏବେ ସେହି ଫଟେ ଭାଇରାଲ୍‌ ହେବାରେ ଲାଗିଛି। ଫଟୋରେ ବିରାଟ ପତ୍ନୀ ଅନୁଷ୍କାଙ୍କୁ ଆଲିଙ୍ଗନ କରି ଠିଆ ହେବାର ଦେଖିବାକୁ ମିଳିଛି। ପରିବେଶ ବି ଏକ୍‌ଦମ୍‌ ରୋମାଣ୍ଟିକ୍‌ ଅଛି। ଫଟୋରେ ନଦୀ କୂଳରେ ଏହି ଦମ୍ପତି ପରସ୍ପର ଆଖିରେ ଆଖି ମିଶାଇ ଭଲ ପାଇବା ଜାହିର କରିବାର ଦେଖିବାକୁ ମିଳୁଛି।

ଫଟୋଟିକୁ ବିରାଟ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଡରେ ସେୟାର କରି କ୍ୟାପ୍‌ସନ୍‌ରେ ‘ଦିଲ୍‌ ଇମେଜି’ ଦେଇଛନ୍ତି। ତାଙ୍କର ଏହି ଫଟୋକୁ ଫ୍ୟାନ୍ ବହୁତ ପସନ୍ଦ କରିଛନ୍ତି। ଏବେସୁଦ୍ଧା ୩୦ ଲକ୍ଷରୁ ଅଧିକ ଲାଇକ୍‌ ମିଳିସାରିଲାଣି।

ସୂଚନା ଅନୁଯାୟୀ, ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଗତ ସପ୍ତାହରେ ନ୍ୟୁଜିଲ୍ୟାଣ୍ଡରେ ଛୁଟି କାଟୁଥିଲେ। ବିରାଟଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦୁଇଟି ଦିନିକିଆ ଓ ଟି-୨୦ ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି।



from Odisha Reporter http://bit.ly/2S7ZEvn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages