ଫେବୃଆରୀ ୧୭, ରବିବାର: ଆୟ ଅନୁସାରେ ବ୍ୟୟ ‍ବଢ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ଫେବୃଆରୀ ୧୭, ରବିବାର: ଆୟ ଅନୁସାରେ ବ୍ୟୟ ‍ବଢ଼ିବ

rashi

ମେଷ: ମନ ଭଲ ରହିବ ନାହିଁ। ବାଦ-ବିବାଦରେ ପଡ଼ିପାରନ୍ତି। ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ବିଫଳ ହୋଇପାରନ୍ତି। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ବୃଷ: ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ନୂଆ ବନ୍ଧୁ ମିଳିପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କୁ ଆଶାମୁତାବକ ଲାଭ ମିଳି ନ ପାରେ।

ମିଥୁନ: ଦିନଟି ଭଲରେ ଆରମ୍ଭ ହେବ। ପରିବାର ଲୋକଙ୍କ ସହିତ ସମୟ ବିତାଇବେ। ଆୟ ଅନୁସାରେ ବ୍ୟୟ ବଢ଼ିବ। ତେଣୁ ଦେଖିଚାହିଁ ଖର୍ଚ୍ଚ କରନ୍ତୁ। କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

କର୍କଟ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତାରୁ ଦୂରେଇ ରହିବାକୁ ପ୍ରୟାସ କରନ୍ତୁ।

ସିଂହ: ଅପରାହ୍ଣଠାରୁ ଦିନଟି ଭଲରେ କଟିବ। କୌଣସି ଶୁଭ ଖବର ପାଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟା: ବ୍ୟବସାୟରେ ଭଲ ଲାଭ ମିଳିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କାହା ସହିତ ଝଗଡ଼ା ହୋଇପାରେ। କେହି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ।

ତୁଳା: ଚାକିରି କରୁଥିବା ଲୋକେ ପଦୋନ୍ନତି ନେଇ ସଙ୍କେତ ପାଇପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ସମାଜରେ ମାନ-ପ୍ରତିଷ୍ଠା ବଢ଼ିବ। ପରିବାର ଲୋକଙ୍କ ସହ ହସଖୁସିରେ ଦିନଟି କାଟିବେ।

ବିଛା: ପ୍ରତିକୂଳ ସ୍ଥିତିର ସମ୍ମୁଖୀନ ହେବେ। ସନ୍ତାନଙ୍କ ସହ ମତଭେଦ ହୋଇପାରେ। ଉଚ୍ଚ ଅଧିକାରୀଙ୍କ ସହ ପାଟିତୁଣ୍ଡ ହୋଇପାରେ।

ଧନୁ: ଆଜି ଟିକେ ସତର୍କ ରୁହନ୍ତୁ। କୌଣସି ପ୍ରକାର ବିପଦରେ ପଡ଼ିପାରନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନ ନେଲେ ଭଲ। ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

ମକର: ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟ ଜନିତ କୌଣସି ସମସ୍ୟା ଦେଖାଯାଇପାରେ। ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ। ବନ୍ଧୁବାନ୍ଧକଙ୍କ ସାହାଯ୍ୟ ମିଳିବ।

କୁମ୍ଭ: ସବୁ କାର୍ଯ୍ୟରେ ସଫଳ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ମନୋରଞ୍ଜନ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।

ମୀନ: ଦିନଟି ଭଲରେ କଟିବ। ଆର୍ଥିକ ଲାଭ ଯୋଗ ରହିଛି। ଅଯଥାରେ କୌଣସି ବିବାଦୀୟ ପ୍ରସଙ୍ଗରେ ପଶନ୍ତୁ ନାହିଁ। ରାସ୍ତାରେ ଯା’ଆସ ବେଳେ ସତର୍କ ରୁହନ୍ତୁ।



from Odisha Reporter http://bit.ly/2DLBKM8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages