
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ତିଖିରି-ବୌଦ ଅଫିସ ରାସ୍ତାରେ ଏନ୍କାଉଣ୍ଟର ହୋଇଛି। ମାର୍ଶାଘାଇ ପୁଲିସ୍ ଓ ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଭାବେ ଏନକାଉଣ୍ଟର କରିଛନ୍ତି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଦେବୀପ୍ରସାଦ ଦାସ ଓରଫ ଲିଟୁ ଆହତ ହୋଇଛି। ଲିଟୁର ଡାହାଣ ଗୋଡ଼ରେ ଗୁଳି ବାଜିଛି।
ତାକୁ ପ୍ରଥମେ ମାର୍ଶଘାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଲିଟୁର ଘର ସ୍ଥାନୀୟ ଗରଜଙ୍ଗା ଗାଁରେ। ତା’ ନାଁରେ ଦାଦାବଟି ଆଦାୟ, ଚୋରି, ହତ୍ୟା ଧମକ, ହତ୍ୟା ଉଦ୍ୟମ, ବୋମାମାଡ଼ ପରି ବିଭିନ୍ନ ମାମଲା କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର ଓ ଯାଜପୁର ଥାନାରେ ରହିଛି।
କିଛି ମାମଲାରେ ସେ ଗିରଫ ହୋଇ ଜେଲ୍ ମଧ୍ୟ ଯାଇଛି। ଗତ ୧୬ ତାରିଖରେ ସେ ଜେଲ୍ରୁ ବାହାରିଥିଲା।
ଜେଲ୍ରୁ ଫେରିବା ପରେ ପାଟକୁରା ଥାନା ଅନ୍ତର୍ଗତ ଧନିଆପଡ଼ା ଓ ବଟିରା ଗାଁରେ ଦାଦାବଟି ପାଇଁ ଧମକଚମକ ଦେଇଥିବା ନେଇ ତା’ ନାଁରେ ଅଭିଯୋଗ ହୋଇଥିଲା।
from Odisha Reporter https://ift.tt/2T3zMkM
No comments:
Post a Comment